ବାରଣାସୀରେ ବନ୍ଦର୍‌ ଉଦ୍‌ଘାଟିତ, ଦେଶର ପ୍ରଥମ ଅନ୍ତର୍ଦେଶୀୟ ଜାତୀୟ ଜଳପଥର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି

Spread the love

ବାରଣାସି, ୧୨/୧୧ (ସନ୍ଧାନ ନିଉଜ)   : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ନିର୍ବାଚନ ମଣ୍ଡଳୀ ବାରଣାସୀରେ ଗଙ୍ଗା ନଦୀରେ ନିର୍ମିତ ବନ୍ଦରର  ଉଦ୍‌ଘାଟନ କରିଛନ୍ତି। ଏଥିସହ ସେ ଦେଶର ପ୍ରଥମ ଅନ୍ତର୍ଦେଶୀୟ ଜଳମାର୍ଗରେ ପଶ୍ଚିମବଙ୍ଗର ହଳଦିଆରୁ ବାରଣାସୀ ଆସିଥିବା ଜାହାଜକୁ ସ୍ୱାଗତ କରି ଏହାର ଉଦଘାଟନ କରିଥିଲେ।  ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଜଳପରିବହନ ମନ୍ତ୍ରୀ ନିତିନ୍‌ ଗଡକରୀ ମଧ୍ୟ ଉପସ୍ଥିତ ଥିଲେ। ଅନ୍ତର୍ଦେଶୀୟ ଜଳପଥରେ ବ୍ୟାବସାୟିକ ପରିବହନ କରାଯିବା ଲକ୍ଷ୍ୟରେ ଏହି ବନ୍ଦର ନିର୍ମାଣ କରାଯାଇଛି।

ଏହି ଜଳପଥ ଜରିଆରେ ପ୍ରଥମ ଜାହାଜ ଭାବେ ପେପ୍‌ସିକୋ ଇଣ୍ଡିଆର ଏକ ଜାହାଜ ହଳଦିଆରୁ ଯାତ୍ରା କରି ବାରଣାସୀରେ ପହଞ୍ଚିଛି । ଜାହାଜଟି ଅକ୍ଟୋବର ୩୦ ତାରିଖରେ ପଶ୍ଚିମବଙ୍ଗରୁ ବାହାରିଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ବାରଣାସୀ ବନ୍ଦରର ଉନ୍ମୋଚନ ହୋଇଛି।

ଜାତୀୟ ଜଳପଥ-୧ ହଳଦିଆରୁ ବାରଣାସୀ ପର୍ଯ୍ୟନ୍ତ ଲମ୍ବିଛି । ବିଶ୍ୱ ବ୍ୟାଙ୍କ୍‌ରୁ ବୈଷୟିକ ଓ ଆର୍ଥିକ ସହାୟତାରେ ଏହି ଜଳପଥ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ ପାଇଁ ସମୁଦାୟ ୫,୩୬୯.୧୮ କୋଟି ଟଙ୍କା ବ୍ୟୟ ହୋଇଛି। କେନ୍ଦ୍ର ସରକାର ଓ ବିଶ୍ୱ ବ୍ୟାଙ୍କ୍‌ ଏଥିପାଇଁ ସମାନ ପରିମାଣର ଅର୍ଥ ବ୍ୟୟ କରିଛନ୍ତି।

Related Posts

About The Author

Add Comment