ଯାଜପୁର ୧୩/୭ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ସମଗ୍ର ଅଞ୍ଚଳରେ ଅଖଣ୍ଡ ଶାନ୍ତି ମୈତ୍ରଓ ସଂହନ୍ତି ପ୍ରତିଷ୍ଠା କରିବା ନିର୍ମିତ।ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏଣ୍ଡଳବା ଗ୍ରାମ ପଞ୍ଚାୟତ ଅଧିନ ନୂଆ କଲାଣ୍ଡ ଗ୍ରାମରେ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି।ସ୍ଥାନୀୟ ନୂଆ କଲାଣ୍ଡ, ବାଘୁଆ ବଣା, ପ୍ରଧାନ ସାହି, ଢେଙ୍କାନାଳ ଜିଲ୍ଲାର ଦଶମାଣ,ମଞ୍ଜୁରୀ ପଡା, ଆଖ ପାଖ ଅଂଚଳରପୂର୍ଣ୍ଣ ସହଯୋଗ ଓ ଶ୍ରୀ ଶ୍ରୀ ରାଧାକୃଷ୍ଣ ମେଲଣ କମିଟିର ପ୍ରତ୍ୟକ୍ଷ ତତ୍ୟ୍।ବଧାନକ୍ରମେ ଗତ ୯/୩ ଠାରୁ ୧୨/୩ ପର୍ଯ୍ୟନ୍ତ ଆୟୋଜିତ ହୋଉଥିବା ଏହି ବିଗ୍ରହ ପ୍ରତିଷ୍ଠା ଉତ୍ସବରେ କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ଭିନ୍ନ ଭିନ୍ନ ଦିନରେ ଅଙ୍କୁରାରୋପଣ,
ମଣ୍ଡଳ ଧିବାସ,ଜଳାଯାତ୍ର, କଳସ ଧିବାସ,ଧାନ୍ୟ ଧିବାସ,ଅଗ୍ନିସ୍ଥାପନ,ଯଜ୍ଞକର୍ମ,, ବିଗ୍ରହ ମାନଙ୍କ ଗର୍ଭାଧାନ, ସନ୍ଧ୍ୟା ଆଳତି, ପୁଷ୍ପାଞ୍ଜଳି,ଚଣ୍ଡୀ ପାଠ, ଗୀତା ପାଠ, ମହା ସ୍ନାନ, ମନ୍ଦିର ସ୍ନାନ, ଶୟନ ପ୍ରତିଷ୍ଠା, ଆହୁତି ପ୍ରଦାନ, ବିଗ୍ରହ ପ୍ରାଣ ପ୍ରତିଷ୍ଠା, ମନ୍ଦିର ପ୍ରତିଷ୍ଠା, ଦିଅଁଙ୍କର ଗ୍ରାମ ପରିକ୍ରମା, ହର ପାର୍ବତୀରଙ୍କ ବିବାହ କାର୍ଯ୍ୟ,ମନ୍ଦିର ପ୍ରବେଶ, ନବ ଯୌବନ ଦର୍ଶନ, ଗୋ ପୂଜା, ସୂର୍ଯ୍ୟ ପୂଜା ଓ ସଂ।ସ୍କୃତିକ କାର୍ଯ୍ୟକ୍ରମ ଯଥା ବିଧିସମ୍ଭବରୂପେ ସଂପାଦିତ ହୋଇଥିଲା।ଏହା ଛଡ଼ା ଆକର୍ଷଣୀୟ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଖୁବ ଉପଭୋଗ୍ୟ ହୋଇଥିଲା। ସୂଚନା ଥାଉକି ନୂଆ କଲାଣ୍ଡ ଗ୍ରାମର ଶ୍ରୀ ନବକିଶୋର ଖଟୁଆଙ୍କୁ ବହୁବର୍ଷ ପୂର୍ବେ ଶ୍ରୀ ଶ୍ରୀ ସିଧେଶ୍ୱର ବାବା ସ୍ୱପ୍ନା ଦେଶ କରିଥିଲେ ସେଠାରେ ଏକ ମନ୍ଦିର ନିର୍ମାଣ କରିବା ନିମନ୍ତେ ଶ୍ରୀ ଖଟୁଆଙ୍କର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ମନ୍ଦିରଟି କରିପାରିନଥିଲେ ।ଏହି କଥାକୁ ସେ ତାଙ୍କ ଗ୍ରାମ ଓ ଆଖ ପାଖ ଗ୍ରାମ ମାନଙ୍କରେ ପ୍ରଖଟ କରିଥିଲେ ।ଏବଂ ଶେଷରେ ଅଂଚଳ ବାସୀଙ୍କ ପୂର୍ଣ୍ଣ ସହଯୋଗରେ ବାବାଙ୍କ ମନ୍ଦିରଟି ପୂର୍ଣ୍ଣାଙ୍ଗ ହୋଇପାରିଛି ।
https://www.youtube.com/watch?v=8KutZDHpKXY



