ଚଣ୍ଡିଖୋଲ, ୨୭/୧୨ (ସନ୍ଧାନ ନିୟୁଜ)- ଚଣ୍ଡିଖୋଲ ବାବା ଭୈରବାନନ୍ଦ ମହାବିଦ୍ୟାଲୟର ୧୯୯୫ ମସିହା ସ୍ନାତକ ଛାତ୍ରଛାତ୍ରିଙ୍କ ଦ୍ୱତୀୟ ବାର୍ଷିକ ବନ୍ଦୂ ମିଳନ ହୋଇଯାଇଛି । ବୁଧବାର ପବିତ୍ର ବଡଦିନ ଅବସରରେ ଚଣ୍ଡିଖୋଲସ୍ଥିତ ପୂର୍ତବିଭାଗ ଡାକବଙ୍ଗଳା ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁ ମିଳନରେ ମହାବିଦ୍ୟାଲୟର ଅବସରପ୍ରାପ୍ତ ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, କେଦାର ନାଥ ଦାସ ଓ ଅଧ୍ୟାପକ ବୀଣାପାଣି ପଣ୍ଡା, ଅଜୟ ଲେଙ୍କା ଓ ସୁବାଷ ଚନ୍ଦ୍ର ବିଶ୍ୱାଳଙ୍କୁ ପୁଷ୍ପଗୁଛ ଓ ଉତରୀୟ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପୂର୍ବତନ ଛାତ୍ର ସଂସଦ ସାଧାରଣ ସଂପାଦକ ପ୍ରମୋଦ ଜେନାଙ୍କ ସଂପାଦନାରେ ପ୍ରସ୍ତୁତ ବନ୍ଧୁ ପାଇଁ ଦିନଟିଏ ପୁସ୍ତକକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଅଧ୍ୟାପକ ଡ.ଦିଲ୍ଲିପ ନାୟକଙ୍କ ସଂଯୋଜନାରେ ନୃତ୍ୟ, ଗୀତ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଗୀତିକାର ପ୍ରବୀର ଜେନା ଓ ପୂର୍ବତନ ଡ୍ରାମାଟିକ ସେକ୍ରେଟାରୀ ଝୁନାରାଣୀ ବଳଙ୍କ କଣ୍ଠର ସୁମଧୁର ସଙ୍ଗୀତ ସମସ୍ତଙ୍କୁ ମନମୁଗ୍ଧ କରାଯାଇଥିଲା । ଛୋଟ ଛୋଟ ପିଲାମାନଙ୍କୁ ନୃତ୍ୟ ଓ ସଙ୍ଗୀତ ପରିବେଷେଣ କରାଯାଇଥି ଲା । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ମନୋଜ ସାହୁ, ନିର୍ମଳ ରାଉତ, ଡମ୍ବରୁିଧର ବେହେରା, ମଜୟରାମ ସାମନ୍ତରାୟ, ମାନସ ନାୟକ, ଅକ୍ଷୟ ପଣ୍ଡା, ରଜତ ନାୟକ, ଜ୍ଞାନରଞ୍ଜନ ଦେଓ, ବାବୁଲି ବଳ ଓ ସୁବାଷ ମହାରଣା ପରିଚାଳନା କରୁଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିବାନୀ ମିଶ୍ର, ନିରୁପମା ରାଉତ, ଅଶୋକ ନାୟକ, ରମେଶ ରାଉତ, ହିମାଂଶୁ ନାୟକ, କିଶୋର ପଲେଇ, ସତ୍ୟଜିତ ସେନାପତି, ଶୁଶାନ୍ତ ମଲ୍ଲିକ, ଗୋପିଣାଥ ଦାସ, ପବିତ୍ର ବିଶ୍ୱାଳ, ସୁଶାନ୍ତ ମହାପାତ୍ର, ସତୀଶ ବିଶ୍ୱାଳ, ବିନୋଦିନୀ ଦାସ, ଆଡଭୋକେଟ ଜନବେହେରା, କେଶବ ବେହେରା ସମେତ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଓ ତାଙ୍କ ପରିବାର ବର୍ଗ ଏହିନ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।
ବାବା ଭୈରାବନନ୍ଦ ମହାବିଦ୍ୟାଲୟ ୧୯୯୫ ମସିହା ସ୍ନାତକ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ
|
December 27, 2019 |



