ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟଜାତୀୟରେ ଜାତୀୟ ସେବା ଯୋଜନାର ସୁବର୍ଣ୍ଣ ଜୟନ୍ତୀ ପାଳିତ

Spread the love

ଚଣ୍ଡିଖୋଲ, ୨୪/୯(ସନ୍ଧାନ ନିୟୁଜ/ ଏ ସାହୁ)-ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ସ୍ୱର୍ଣ୍ଣ ଜୟନ୍ତୀ ଉସôବ ମହାବିଦ୍ୟାଳୟର ପରିସର ମଧ୍ୟରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କ ତରଫରୁ ସଚେତନତା ଶୋଭାଯାତ୍ରା ମହାବିଦ୍ୟାଳୟ ପରିସର ପରିକ୍ରମା କରିବା ସହ ପରିବେଶ, ସ୍ୱାସ୍ଥ୍ୟ, ଶିକ୍ଷା ସମ୍ବଦ୍ଧୀୟ ସ୍ଳୋଗାନମାନ ଦେଇଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା ମହାତ୍ମାଗାନ୍ଧୀଙ୍କ ଏକଶତତମ ଜନ୍ମ ବାର୍ଷିକ ଅବସରରେ ୧୯୬୯ ମସିାହରେ ସେପ୍ଟେମ୍ବର ୨୪ରେ ପ୍ରତିଷ୍ଠା ହୋଇଥିବା ଜାତୀୟ ସେବା ଯୋଜନା ଆଜି ଭାରତବର୍ଷର ପ୍ରତ୍ୟେକ ମହାବିଦ୍ୟାଳୟରେ ଏକ ଅଗ୍ରୀମ ସ୍ୱେଛାସେବୀ ଅନୁଷ୍ଠାନ ଭାବରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗାନ୍ଧୀଙ୍କ ଆଦର୍ଶ ଓ ଚିନ୍ତାଧାରାର ପ୍ରସାର ପ୍ରଚାର କରିବା ସହ ସ୍ୱଛତା, ବୃକ୍ଷରୋପଣ, ମଦ ନିବାରଣ, ସଡକ ସୁରକ୍ଷା, ନାରୀ ଜାଗରଣ ସମ୍ଭଦ୍ଧରେ ବହୁ କାର୍ଯ୍ୟକ୍ରମ ହାତକୁ ନେଇଛି ବୋଲି ଅନୁଷ୍ଠିତ ଉସôବରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କେଦାରନାଥ ଦାସଙ୍କ ସଭାପତିତ୍ୱରେ ପୂର୍ବତନ ଅଧ୍ୟକ୍ଷ ତଥା ଜାତୀୟ ସେବା ଯୋଜନାର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ସୁରେନ୍ଦ୍ରନାଥ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ସେବା ଯୋଜନା ସହ ତାଙ୍କର ୩୦ ବର୍ଷର ସମ୍ପର୍କ ସମ୍ବଦ୍ଧରେ ଆଲୋଚନା କରିଥିଲେ । ବନ୍ୟା, ମହାବାତ୍ୟା ରଷ୍ଟ୍ରପତି ଅବଦୁଲ କାଲାମଙ୍କ ଚଣ୍ଡିଖୋଲ ଗ୍ରସ୍ତ ଓ ଜାତୀୟ ରାଜପଥରେ ବକ୍ଷ ରୋପଣରେ ଜାତୀୟ ସେବା ଯୋଜନାର ଭୂମିକା ସଂପର୍କରେ ଦୃଷ୍ଟିପାତ କରିଥିଲେ । ଅନ୍ୟତମ ଅତିଥି ଭାବରେ ଇତିହାସ ଗବେଷକ ମାନସ ରାଉତ ଜାତୀୟ ସେବା ଯୋଜନାର ଅତୀତର ଅବଦାନ ସଂପର୍କରେ ସ୍ମୃତିଚାରଣ କରିଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲା ବେଳେ ଅଧ୍ୟାପିକା ସୁଜାତା ସେନାପତି କାର୍ଯ୍ୟକ୍ରମ ଓ ଆଭିମୁଖ୍ୟ ସମ୍ପର୍କରେ ଦୃଷ୍ଟିପାତ କରିଥିଲେ । ଛାତ୍ର ସଂସଦର ସଭାନେତ୍ରୀ ସରିତା ସ୍ୱାଇଁ ଛାତ୍ରର ଚରିତ୍ର ଗଠନରେ ସମସ୍ତଙ୍କ ଆବିମୁଖ୍ୟ ହେଉ ମତ ପ୍ରକାଶ କରିଥିଲେ । ଛାତ୍ର ସୁବାଶିଷ ତ୍ରିପାଠୀ ୩ ବର୍ଷର ଜାତୀୟ ସେବା ଯୋଜନାର ଅନୁଭୂତି ପ୍ରକାଶ କରିଥିଲେ । ପରିଶେଷରେ ଅଧ୍ୟାପକ ନିରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment