ବାପା ମା ସ୍ୱାମୀ ଙ୍କୁ ହରାଇଥିବା ଅସହାୟ ମହିଳା ଙ୍କୁ ମା କଲା କିଏ ? ସନ୍ଧାନ କରିବ ସନ୍ଧାନ..!!!

Spread the love
ଜେନାପୁର/୧୨/୧୧/ସନ୍ଧାନ ନିଉଜ୍(ପ୍ରଶାନ୍ତ ସାମଲ) ସମୟ କେତେବେଳେ କାହାକୁ କେମିତି କେଉଁ ପରିସ୍ଥିତି ରେ ପହଞ୍ଚାଇ ଥାଏ ତାହା  ଠିକି ଥିବା ଲୋକ ହିଁ ଜାଣିଥାଏ। ଜୀବନ ର ଅଙ୍କା ବଙ୍କା ରାସ୍ତା କେତେବେଳେ କଣ୍ଟା ହେଇଯାଏ ତାହା ଅନୁଭବି ହିଁ ଜାଣେ ।ଆମେ କହୁଛୁ କବାଟବନ୍ଧ ପଂଚାୟତ ର ଜ୍ୟୋସ୍ନାରାଣୀ କୁଣ୍ଡୁ ଙ୍କ କଥା। ନିଜ ସ୍ୱାମୀ, ପିତା ମାତା ଙ୍କୁ ହରାଇ ଏକ ପରିତ୍ୟକ୍ତ ଘର ଭିତରେ ଦୁଇ ବର୍ଷ ଧରି ଜୀବନ ସଂଗ୍ରାମ।ସ୍ୱାମୀ ଙ୍କୁ ହରାଇଥିଲେ ମଧ୍ୟ ଶଧବା ବେଶ ରେ ମାନସିକ ବିକାରା ଗ୍ରସ୍ତ ହୋଇ ସ୍ଵକୀର ହୋଇଛନ୍ତି ଦେହ ଲୋଭୀମଣିଷ କୁ ଚକ୍ର ରେ। ଘଟଣାଟି ଘଟିଛି
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ କବାଟବନ୍ଧ ଗ୍ରାମର ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ପ୍ରେମାନନ୍ଦ କୁଣ୍ଡଙ୍କ ଝିଅ ଜ୍ୟୋସ୍ନାରଣୀ ପାତ୍ର(୩୨) ଢେଙ୍କାନାଳ ଜିଲ୍ଲାର ଭୁବନ ଥାନା ଅନ୍ତର୍ଗତ ନୂଆ ଭୁବନ ଗ୍ରାମରେ ବିଭା ହୋଇଥିଲେ । ତାଙ୍କ ସ୍ୱାମୀଙ୍କ ଦୁଇ ବର୍ଷ ତଳେ ଦେହାନ୍ତ ହୋଇଗଲା ପରେ ସେ ନିଜ ପୁଅକୁ ଧରି ନିଜ ବାପା ଘରେ ରହୁଥିଲେ । ତେବେ  ୪ଦିନ ତଳେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଅସହାୟ ଅବସ୍ଥାରେ ଏକ ଭଙ୍ଗା ଘରେ  ରହୁଥିବା ନେଇ ସଚେତନ ନାଗରିକ ମଞ୍ଚର ଆବାହକ ଜାଣିବା ପରେ ତାଙ୍କୁ ମଞ୍ଚ ପକ୍ଷରୁ କିଛି ଖାଦ୍ୟ ଯୋଗାଇ ଦିଆଯାଇଥିବା ସହ ତାଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗରକୁ ଜଣାଇଥିଲେ । ବିଭାଗ ପକ୍ଷରୁ ଶ୍ରୀମତୀ ରୀତା ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମିହିର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଜେନାପୁର ପୋଲିସ ଗୁରୁବାର ଦିନ ଉକ୍ତ ମହିଳାଙ୍କ ସମେତ ତାଙ୍କର ପୁଅ ଓ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଥିଲେ । ସେ ଏବେ ସାତ ଦିନ ପାଇଁ ଜିଲ୍ଲା ସୁଧାର ଗୃହରେ ରହିଲା ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଉଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।ରାଜ୍ୟ ମହିଳା ହେଲ୍ପ ଲାଇନ, ମାଆ ପୁଅ ଓ ନବଜାତ କନ୍ୟା ବର୍ତ୍ତମାନ ସାତ ଦିନ ପାଇଁ ଜିଲ୍ଲା ପ୍ରଶାସନ ର ସାଧର ଗୃହ ରେ ରହିଥବା ନେଇ ସଚେତନ ନାଗରିକ ମଂଚ କୁ ସୂଚନା ଦେଇଛନ୍ତି। ଆବଶ୍ୟକ ଚିକିତ୍ସା, ସ୍ୱାସ୍ଥ୍ୟ ପରୀକ୍ଷା ଓ ବୁଝାସୁଝା ପରେ ଉଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ସମାଜ ରେ ଆଜିକାଲି ଘଟୁଥିବା ଏପରି ଘଟଣା ଆଗାମୀ ପିଢ଼ି କୁ ପ୍ରଭାବିତ କରିବା ସହିତ ଏକ କ୍ରୁର ମାନସିକତା କୁ ବ୍ୟକ୍ତ କରୁଛି। ଆମ ସନ୍ଧାନ ପରିବାର ତରଫରୁ ଏପରି ଅଧର୍ମ ବ୍ୟକ୍ତି ମାନଙ୍କୁ ସଦ୍ବୁଦ୍ଧି ହେଉ ଏହାହିଁ ପାର୍ଥନା

Related Posts

About The Author

Add Comment