ବାତ୍ୟା ମୁକାବିଲା ପ୍ରଶାସନ ସଜାଗ

Spread the love

ଭଦ୍ରକ, (ସନ୍ଧାନ ନିଉଜ) ସମ୍ଭାବ୍ଯ ବାତ୍ଯା ବୁଲବୁଲ ର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି lଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରା ସମ୍ଭାବ୍ଯ ବାତ୍ଯା କୁ ନେଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ଙ୍କ ସହ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ର ସାତ ଟି ବ୍ଲକ ର ସମସ୍ତ ଅଧିକାରୀ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି l ଜିଲ୍ଲା ର 100 ଟି ବାତ୍ୟା ଆଶ୍ରୟସ୍ଥଳୀ କୁ ପ୍ରସ୍ତୁତ ରଖାଯାଇଥିବା ବେଳେ, ଜରୁରୀ କାଳୀନ ସ୍ଥିତିରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି l ଏ ନେଇ ମଧ୍ଯ ଭଦ୍ରକ ରେ ଦୁଇଟି NDRF TEEM ପହଞ୍ଚିଚ୍ଛନ୍ତି l ତେବେ ସବୁ ପରିସ୍ତିତିରେ ଆମେ ସଜାଗ ଅଛୁ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି l ଅନ୍ୟପକ୍ଷରେ ବାତ୍ୟା ପ୍ରଭାବ ରେ ଯାହାକିଛି ଅଘଟଣ ଘଟିବ, ଆମେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛୁ ବୋଲି NDRF ଟିମ୍ ଅଧିକାରୀ କହିଛନ୍ତି lତେବେ ବିଶେଷ ପ୍ରଭାବିତ ବାସୁଦେବପୁର, ଚାନ୍ଦବାଲି ବ୍ଲକ ପାଇଁ ଗୋତିଏ NDRF ଟିମ୍ କୁ ନିୟୋଜିତ କରାଯାଇଛି l

Related Posts

About The Author

Add Comment