ବାତ୍ୟା ମୁକାବିଲା ଦିଗରେ ସହଯୋଗର ହାତ ବଢ଼ାଇଛନ୍ତି ଦୁଇ ନାରୀ ନେତ୍ରୀ

Spread the love

ଭୁବନେଶ୍ୱର: କରୋନା ମହାମାରୀର ଆତଙ୍କ ଭିତରେ ଓଡ଼ିଶା ଆଡ଼କୁ ଆଉ ଏକ ବିପଦ ମାଡ଼ି ଆସୁଛି ବାତ୍ୟା ୟାସ୍। ବାତ୍ୟା “ୟାସ୍” ଯୋଗୁଁ ଓଡ଼ିଶାର ଉପକୂଳବର୍ତ୍ତି ଜିଲ୍ଲା ଗୁଡ଼ିକ ପ୍ରଭାବିତ ଆଶଙ୍କା ସୃଷ୍ଟି କରିଛି। ବିଶେଷତଃ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଆଦି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିବାର ସମ୍ଭାବନା ଦେଖାଦେଇଛି। ବାତ୍ୟା ମୁକାବିଲା ନେଇ କେନ୍ଦ୍ର ସରକାର, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓଡ୍ରାଫ ଟିମ୍ ଆଦି ସଜାଗ ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ସମ୍ଭାବ୍ୟ ବିପଦର ମୁକାବିଲା କିପରି କରାଯାଇ ପାରିବ ଏବଂ ବାତ୍ୟା ପ୍ରଭାବିତ ମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଦଳୀୟ କାର୍ଯ୍ୟକର୍ତ୍ତା ମାନେ କିପରି ସାହାଯ୍ୟ ସହଯୋଗ କରି ପାରିବେ ନେଇ ଆଲୋଚନା କରି ନିଜକୁ ପ୍ରସ୍ତୁତ କରିଛନ୍ତି। ତେବେ, ଏ’ ଭିତରେ ବାତ୍ୟା ପ୍ରଭାବିତ ମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଛନ୍ତି ବିଜେପିର ଦୁଇ ନାରୀ ନେତ୍ରୀ। ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ନାରୀ ନେତ୍ରୀ ସ୍ମୃତିରେଖା ପହି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ସମ୍ଭାବ୍ୟ ବାତ୍ୟା ନେଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେବା ସହ ବାତ୍ୟା ସମୟରେ ବା ପରେ କୌଣସି ଗୁରୁତର ପରିସ୍ଥିତିରେ ତାଙ୍କୁ ଯୋଗାଯୋଗ କରିବାକୁ ଏବଂ ସେ ଯଥା ସମ୍ଭବ ସାହାଯ୍ୟ, ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ସେହିପରି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ ମଧ୍ୟ ଭଦ୍ରକ ଜିଲ୍ଲା ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେବା ସହ ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ାଙ୍କ ଦାବୀକୁ ଦୋହରାଇ ବାତ୍ୟାରେ ଆସନ୍ନ ପ୍ରସବ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଦରକାର ବୋଲି କହିଛନ୍ତି। ସେହିପରି ହସ୍ପିଟାଲ ଗୁଡ଼ିକରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କ ସେବାରେ ଯେପରି ବ୍ୟାଘାତ ନ’ହୁଏ ଧ୍ୟାନ ସେଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବାକୁ ଅନୁରୋଧ କରିବା ସହ ବାତ୍ୟା ସମୟରେ କିମ୍ବା ବାତ୍ୟା ପରେ ଭଦ୍ରକ ଜିଲ୍ଲାରେ ବିଶେଷ କରି କେହି ମହିଳା ଯଦି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ତାଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ଟିମ୍ ଯଥାସାଧ୍ୟ ସାହାଯ୍ୟ, ସହଯୋଗ କରିବ ବୋଲି ହରପ୍ରିୟା ସାହୁ ପ୍ରତିଶୃତି ଦେଇଛନ୍ତି।

Related Posts

About The Author

Add Comment