ବାତଜ୍ୱର ନିରାକରଣ ସଭା ଓ ଔଷଧ ସେବନ

Spread the love

ଭଣ୍ଡାରିପୋଖରୀ,୧୧ା୨(ସନ୍ଧାନ ନିଉଜ) : ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ରଣଜିତ ପଞ୍ଚାୟତର ମଞ୍ଜରୀ ସେବାଶ୍ରମ ସ୍କୁଲରେ ବାତଜ୍ୱର ନିରାକରଣ ଔଷଧ ସେବନ ଓ ସଚେତନତା ସଭା ସୋମବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବାତଜ୍ୱର ନିରାକରଣ ନିର୍ଦ୍ଦେଶକ ଡାକ୍ତର ପ୍ରମିଳା ବରାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜଗନ୍ନାଥ ପହି, ରାଜ୍ୟ ଅଣୁତତ୍ୱବିତ ଡାକ୍ତର ଅରୁଣ ଶିବନ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ମୁରଲିଧର ନାୟକ, ସ୍ଥାନୀୟ ସୁପରିନଟେଣ୍ଡଣ୍ଟ ଡାକ୍ତର କମଳାକାନ୍ତ ସ୍ୱାଇଁ, ବିଶ୍ୱସ୍ୱାସ୍ଥ୍ୟସଙ୍ଗଠନ ସଂଯୋଜକ ଡି ମଙ୍ଗ, ଅଣୁତତ୍ୱବିତ ଦିପ୍ତୀରଞ୍ଜନ ମହାପାତ୍ର, ଡାକ୍ତର ଅରୁଣ ନାୟକ, ସ୍ଥାନୀୟ ସରପଞ୍ଚ ମନୋଜ ନାୟକ ପ୍ରମୁଖ ୨୦୫ ଜଣ ପିଲାଙ୍କୁ ବାତଜ୍ୱର ନିରାକରଣ ଔଷଧ ସେବନ କରାଇଥିଲେ । ଏହି ଉପଲକ୍ଷେ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ଅନିତାରାଣୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ସ୍ୱାସ୍ଥ୍ୟକର୍ମଚାରୀ ଅମରଜିତ ରାୟ, ପ୍ରଭାକର ବେହୁରିଆ, ଜଗବନ୍ଧୁ ପ୍ରଧାନ, ଜୟନ୍ତୀ ପାଲ, ଶୁଶ୍ରୀ ସଙ୍ଗୀତା ଦେବତା, ସୁପ୍ରିୟା ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ । ସେହିପରି ଭଣ୍ଡାରିପୋଖରୀ କଲେଜରେ ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣଙ୍କ ତତ୍ତ୍ୱାଧାନରେ ୧୦୬ ଜଣଙ୍କୁ ଓ ବଳଦେବଜୀଉ ହାଇସ୍କୁଲରେ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣାଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀଙ୍କୁ ବାତଜ୍ୱର ନିରାକରଣ ଔଷଧ ପ୍ରଦାନ କରାଯାଇଛି ।

Related Posts

About The Author

Add Comment