କଟକ, ୨୦/୦୪/୨୧ (ସନ୍ଧାନ ନିଉଜ) – କଟକ ସଦର ବୟାଲିଶମୌଜା ଉପକଣ୍ଠ ବ୍ରହ୍ମପୁର ପଂଚାୟତ ଶ୍ରୀରାମ ଗ୍ରାମର ସମାଜସେବୀ ଦୀପକ ଆଚାର୍ଯ୍ୟ ଗତବର୍ଷ ୨୦୨୦ ଅଗଷ୍ଟ ମାସରେ ଏକ ବାଇକ କିଣିଥିଲେ । ଏହି ବାଇକରେ ବାରମ୍ବାର ଯନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବହୁବାର ଏହାର ଇଂଜିନ ବନ୍ଦହୋଇ ଯାଉଥିଲା । ଏନେଇ ସେ ସମ୍ପୃକ୍ତ ଡିଲରଙ୍କୁ ଅଭିଯୋଗ କଲାପରେ ମଧ୍ୟ କିଛି ଫଳ ମିଳିନଥିଲା । ପରିଶେଷରେ ଗ୍ରାହକ ଦୀପକ ଆଚାର୍ଯ୍ୟ ବାଧ୍ୟହୋଇ କଟକ ଜିଲ୍ଲା ଖାଉଟି ଅଦାଲତରେ ମାମଲା ଦାୟର କରିଥିବାର ଜଣାପଡିଛି ।
ବାଇକରେ ଯନ୍ତ୍ରିକ ତ୍ରୁଟି : ଖାଉଟି ଅଦାଲତରେ ମାମଲା ଦାୟର
|
April 20, 2021 |