ବାଂଲାଦେଶ ଦୁର୍ଗା ପୂଜା ହିଂସା ପଛରେ ଜମାତ-ଏ-ଇସଲାମୀର ହାତ? ଏପର୍ଯ୍ୟନ୍ତ ୩ ମୃତ୍ୟୁ, ୬୦ ଆହତ

Spread the love
ବାଂଲାଦେଶ ,: ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ଅମାନୁଷିକ ବ୍ୟବହାର ପୁଣି ଥରେ ସାମ୍ନାକୁ ଆସିଛି। ଏଠାରେ ଦୁର୍ଗା ପୂଜା ସମୟରେ ହିନ୍ଦୁ ମନ୍ଦିରଗୁଡ଼ିକ ଭଙ୍ଗାରୁଜା କରାଯାଇଛି ଏପରିକି ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଦଙ୍ଗାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବାଂଲାଦେଶ ସରକାର ୨୨ ଟି ଜିଲ୍ଲାରେ ସାମରିକ ବାହିନୀ ନିୟୋଜିତ କରିଛନ୍ତି।

ଖବର ଅନୁଯାୟୀ, ଦୁର୍ଗା ପୂଜା ପାଇଁ ବାଂଲାଦେଶରେ ୩୦୦୦ ରୁ ଅଧିକ ମଣ୍ଡପ ସ୍ଥାପନ କରାଯାଇଛି। ଅକ୍ଟୋବର ୧୩ ରେ କୁରାନକୁ ଅପମାନିତ କରାଯିବା ପରେ ହିଂସା ଆରମ୍ଭ ହୋଇଛି । ପରେ ମଣ୍ଡପ, ପ୍ରତିମା, ପାଣ୍ଡାଲ ଏବଂ ମନ୍ଦିରକୁ ଟାର୍ଗେଟ କରାଯାଇଛି।

ପ୍ରାରମ୍ଭରେ ପୋଲିସ ଧୀରେ ଧୀରେ କାର୍ଯ୍ୟ କରିଥିଲା କିନ୍ତୁ ଏହି ମାମଲା ଭାରତୀୟ ହାଇ କମିଶନର୍ ଉଠାଇବା ପରେ ସୁରକ୍ଷା କର୍ମୀମାନେ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରିଛନ୍ତି । ଅକ୍ଟୋବର ୧୫ ରେ ପୋଲିସ ଭାରୀ ମାତ୍ରାରେ ପୋଲିସ୍ ମୁତୟନ ବିଷୟରେ ମଧ୍ୟ ଆଲୋଚନା ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଚାନ୍ଦପୁରରେ ଦୁଇ ବିକ୍ଷୋଭକାରୀଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। କାମିଲାରେ ରବର ଗୁଳି ଦ୍ୱାରା ୧୨ ଜଣ ଲୋକ ଆହତ ହୋଇଛନ୍ତି। ଫଳରେ ଏହାକୁ ମିଶାଈ ପାଖାପାଖି ପ୍ରାୟ ୬୦ ଜଣ ଲୋକ ଆହତ ହୋଇଛନ୍ତି। ଖବର ଅନୁଯାୟୀ, ଜମାତ-ଏ-ଇସଲାମି ଏହି ଘଟଣାର ପ୍ରବର୍ତ୍ତାଇଥିବା କୁହାଯାଉଛି।

Related Posts

About The Author

Add Comment