ଯାଜପୁର ୬/୪/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ସଦର, :ସରକାର ପ୍ରାଥମିକ ଶିକ୍ଷାର ବିକାଶ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏବେବି ଅନେକ ବିଦ୍ୟାଳୟ ରହିଛି ଯିଏକି ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ରହିଛି | ଯେମିତି ସରକାରୀ ଯୋଜନା ସେମାନଙ୍କ ପାଇଁ ସାତଶପନ ସାଜିଛି |;ଏମିତି ଏକ ବିଦ୍ୟାଳୟ ଦେଖିବା ପାଇଁ ମିଳିଛି ଦଶରଥପୁର ବ୍ଲକ ଦତ୍ତପୁର ପଞ୍ଚାୟତସ୍ତ ଦେୱାନ ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ କ୍ଷେତ୍ରରେ ।ଦେୱାନ ପାଟଣା ଗ୍ରାମରେ ବୈତରଣୀ ନଦୀ କୂଳରେ ୧୯୫୯ ମସିହାରୁ ଉକ୍ତ ବିଦ୍ୟାଳୟଟି ନିର୍ମିତ ହୋଇଥିଲା।ସ୍ୱାଧୀନତର ଦୀର୍ଘ ୬୭ବର୍ଷ ପରେ ମଧ୍ୟ ଆଜି ବି ଅବହେଳିତ ଅବସ୍ଥାରେ ପଡି ରହିଛି ଏହି ବିଦ୍ୟାଳୟ । ଜରାଜୀର୍ଣ୍ଣ ଭଙ୍ଗା ଆଜବେଷ୍ଟ ଗୃହରେ ଏବେ ବି ଚାଲିଛି ଶିକ୍ଷାଦାନ | ବୈତରଣୀ ନଦୀ ବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ ସମୟରେ ଗୃହର ଅଧା ପର୍ଯ୍ୟନ୍ତ ମାଟି ପୋତି ହୋଇ ଯାଇଥିବା ଦେଖିବା ପାଇଁ ମିଳିଛି | ଏଥିପ୍ରତି ନାଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଦୃଷ୍ଟି ଅଛି ନାଁ ଗ୍ରାମବାସୀ ମାନଙ୍କର । ସମସ୍ତେ ଦେଖି ନଦେଖିବାର ଅଭିନୟ କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଛି | ଏଥି ମଧ୍ୟରେ ସରକାର ପରେ ସରକାର ବଦଳି ଚାଲିଛି ମାତ୍ର ସ୍ୱାଧୀନତାର ୬୭ବର୍ଷ ପରେବି ଏହି ବିଦ୍ୟାଳୟ ଟି ଅବହେଳିତ ହୋଇ ପଡି ରହିଛି।ଏହି ବିଦ୍ୟାଳୟରୁ ଶିକ୍ଷାଦାନ କରି ଅନେକ ଛାତ୍ର ଛାତ୍ରୀ ଚାକିରୀ କରି ବହୁ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥିବା ବେଳେ ଆଜି ଏହି ବିଦ୍ୟାଳୟଟି ଯେମିତି ତାର ସବୁକିଛି ହରାଇ ବସିଛି | ଆଉ ଯେଉଁମାନେ ଏହି ସରକାରୀ ସ୍କୁଲ ନାଁରେ ଚାକିରୀ କରିଛନ୍ତି କହି ସରକାରଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେଉଛନ୍ତି ସେମାନେବି ଏହି ବିଦ୍ୟାଳୟକୁ ଅଣଦେଖା କରୁଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ନଦୀ ବନ୍ଧ ଉପରୁ ଶ୍ରେଣୀ ଗୃହ ୧୦ଫୁଟରୁ ତଳକୁ ଯିବା ପାଇଁ କୁନି କୁନି ପିଲା ମାନଙ୍କ ପାଇଁ ଗୋଟେ ସୁରକ୍ଷା ବାଡ଼ (ରେଲିଙ୍ଗ ) ଟିଏବି ବିଦ୍ୟାଳୟ ପକ୍ଷରୁ ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ ।କୁନି କୁନି ପିଲାମାନେ ଉଚ୍ଚ ବନ୍ଧରୁ ତଳକୁ ଯିବାବେଳେ ଯଦି କିଛି ଦୁର୍ଘଟଣା ଘଟେ ତେବେ ଏଥିପାଇଁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନାଁ ସିଆରସିସି ନାଁ ବିଇଓ ଦାୟୀ ରହିବେ ବୋଲି ଅଭିଭାବକ ମହଲରେ ଅଭିଯୋଗ ହୋଇଛି । ଏପରି ସ୍ଥଳେ ଖୁବ ଶୀଘ୍ର ଏହି ବିଦ୍ୟାଳୟଟିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସହିତ ଅନ୍ୟ ସ୍ଥାନରେ ତୁରନ୍ତ ନୂତନ ଗୃହ ନିର୍ମାଣ କରିବା ପାଇଁ ଗ୍ରାମବାସୀ ମାନଙ୍କ ପକ୍ଷରୁ ଦାବି ହୋଇଛି।
ବହୁବିଧ ସମସ୍ୟା ଦେଇ ଗତି କରୁଛି ଦେୱାନ ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ
|
April 6, 2026 |



