ବହୁ ପ୍ରତୀକ୍ଷିତ ଅପେକ୍ଷାର ଅନ୍ତଘଟିବାକୁ ଯାଉଛି, ଆରମ୍ଭ ହେଲା ଦ୍ୱିତୀୟ ବ୍ରାହ୍ମଣୀ ସେତୁ, ସଚେତନ ନାଗରିକମଞ୍ଚ ଯାଜପୁରର ପ୍ରୟାସ ସଫଳ,

Spread the love

ଜେନାପୁର/୨୬/୦୫/ସନ୍ଧାନ ନିଉଜ/(ପ୍ରଶାନ୍ତ ସାମଲ) ବହୁ ପ୍ରତୀକ୍ଷିତ  ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ କବାଟବନ୍ଧ ବ୍ରାହ୍ମଣୀ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଯେଉଁ ପୁରୁଣା ସେତୁଟି ଅଛି ଭରା ନଈରେ ଦଦରା ନା ପରିକା ତା କଥା ନକହିବା ଭଲ , କେତେ ଯେ ମୁଣ୍ଡ ଯାଇଛି ଏହି ସେତୁ ଉପରେ କେତେ ଘର ବୁଡିଛି ତାହାର ହିହାଵ ନାହିଁ । ୧୯୬୦ ମସିହାରେ ଏହି ସେତୁଟି ଆରମ୍ଭ ହୋଇ ୧୯୬୬ ସମାପ୍ତ ହୋଇଥିଲା ,ପାଖା ପାଖି ୬୨ ବର୍ଷରୁ ଅଧିକ ହେଲାଣି, ଶିଳ୍ପ ନଗରୀ କଳିଙ୍ଗ ନଗର କୁ ରାତି ପହିଲେ ଦେଶ ବିଦେଶରୁ ହଜାର ହଜାର ଲୁହା କୋର୍ମାଇଟି ଯିବା ଆସିବା ହୋଇଥାଏ ।ଯାହା ଫଳରେ ସେତୁର ଅବସ୍ଥା ଶୋଚନୀୟ ହୋଇ ପଡିଥାଏ । ଏଠାରେ ଦ୍ଵିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ବହୁ ବାର ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ଯାଜପୁର ପ୍ରତିବାଦ କରି ଆନ୍ଦୋଳନ କରିଥିଲା, ବିଭିନ୍ନ ଗଣ ମାଧ୍ୟମ ପ୍ରଚାର ପ୍ରସାର ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା । ସେ ଯାହାବି ହେଉ  ଦୀର୍ଘ ଦିନର ସମସ୍ୟ ପୁରଣ ହେବାକୁ ଯାଉଛି ଏଥି ନେଇ ଅଞ୍ଚଳ ବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁଛି। ଯେଉଁ ଠିକା ସଂସ୍ଥା ଏହି ସେତୁଟିକୁ ନିର୍ମାଣ ପାଇଁ ନେଇଛି ଦୁଇ ବର୍ଷ ମଧ୍ୟରେ ସାରିବ ବୋଲି ଟେଣ୍ଡର ଫିକ୍ସ ହୋଇଛି। ଏବେତ ବର୍ଷା ଋତୁ ଆରମ୍ଭ ହୋଇ ଗଲାଣି ଦେଖାଯାଉ କେତେ ଦୂର କାର୍ଯ୍ୟ ଆଗକୁ ଯାଉଛି ତାହାତ ସମୟ କହିବ ।

Related Posts

About The Author

Add Comment