ବସ୍ତା ଡାକ୍ତରଖାନାରେ ୨ ନକଲି ଡାକ୍ତର ଅନ୍ତଃବାସୀଙ୍କୁ ଅସଦାଚରଣ ଅଭିଯୋଗ

Spread the love

ବସ୍ତା, 16/10 (ସନ୍ଧାନ ନ୍ୟୁଜ୍) :-  ବାଲେଶ୍ଵର ଜିଲ୍ଲା ବସ୍ତା ଡାକ୍ତରଖାନାରେ ଅଭାବନୀୟ ଘଟଣା ଘଟିଛି । ବୁଧବାର ବିଳମ୍ବିତ ରାତିରେ ଡାକ୍ତର କହି ୨ ଯୁବକ ପ୍ରସ୍ତୁତି କାର୍ଡ଼କୁ ଆସିଥିଲେ । ଅନ୍ତଃବାସୀଙ୍କୁ ପରୀକ୍ଷା ନିରୀକ୍ଷା ଆଳରେ ଅସଦାଚରଣ କରିବା ଭଳି ଘଟଣା ଘଟାଇଥିବା ଦୁଇ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଥିଲେ । ହେଲେ ଡାକ୍ତରଖାନା ନିକିତ୍ସାଧିକାରୀ ଥାନାରେ ଲିଖିତ ଅଭିଯୋଗ ନଦେବାରୁ ପୁଲିସ ସେହି ଅଭିଯୁକ୍ତ ଦ୍ୱୟଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି । ବୁଧବାର ବିଳମ୍ବିତ ରାତିରେ ଦୁଇ ଯୁବକ ପ୍ରେସ୍ ଲେଖାଥିବା Gଆର ଏଲ୍ ଏକ ଜର ଏକ ବିଲକର ଡାକ୍ତରଖାନା ଭିତରକୁ ପଶିଥିଲେ । ଡାକ୍ତର ପରିଚୟ ଦେଇ ଜଣେ ପ୍ରସ୍ତୁତି ଓଡ଼ିରେ ଥିବା ମଳିକଙ୍କୁ ପରୀକ୍ଷା କରିବା ହାହାକାର ଅସଦାଚରଣ କରିବା ବେଳେ ଅନ୍ୟ ଜଣେ ବାହାରେ ରହିଥିଲେ । ଏଭଳି କାଣ୍ଡକୁ ନେଇ କାରଖାନାର ଜଣେ କର୍ମଚାରୀଙ୍କ ମନରେ ସନ୍ଦେହ ଉପୁଜିଥିଲା । ସେ କ୍ୟୁଟିରେ ଥିବା ଡାକ୍ତର ହିମାଂଶୁ ଭୂଷଣ ପଲେଇଙ୍କୁ ଖବର ଦେଇଥିଲେ । ଏହି ଘଟଣା ଜଣାପଡ଼ିବା ପରେ ସେମାନଙ୍କ ମଧରୁ ବାହାରେ ବସିଥିବା ଜଣେ ଯୁବକ ପଳାଇଯିବାକୁ ଭଦ୍ୟତ ହେଉଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଧରି ବସ୍ତା ପୁଲିସ ଜିମା ଦେଇଥିଲେ । ନକଲି ଡାକ୍ତର ହୋଇ ଆସିଥିବା ଯୁବକ ୨ଜଣ ହେଲେ ବସ୍ତା ଥାନା ଠେଙ୍ଗଟିକା ଗ୍ରାମର ସରୋଜ ମା’ ଓ ଅନ୍ୟ ଜଣେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ମଙ୍ଗଳପୁର ଗ୍ରାମର ମାନସ ବାରିକ ବୋଲି ଜଣାପଡ଼ିଛି । ଏଭଳି ଗୁରୁତ୍ବପୂର୍ଣ୍ଣ ଘଟଣାକୁ ନେଇ ଡାକ୍ତରଖାନା ପକ୍ଷରୁ ଥାନାରେ ଅଭିଯୋଗ ନ ହେବାରୁ ପୁଲିସ ୨ ଅଭିଯୁକ୍ତଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି। କିଛିଦିନ ପୂର୍ବରୁ ଏହିଭଳି ସମାନ ଘଟଣା ଘଟିଥିଲା । ସେତେବେଳେ ଥାନାରେ ଡାକ୍ତରଖାନା ପକ୍ଷରୁ ଅଭିଯୋଗ ଦିଆଯାଇ ନଥିଲା। କି ସିକ୍ୟୁରିଟି ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ନଥିଲା । ଏ ନେଇ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଏହି ଘଟଣାକୁ ଅତି ସାଧାରଣ ଭାବେ ନେଇ ଏଡ଼ାଇ ଯାଇଥିଲେ ।

Related Posts

About The Author

Add Comment