ବସ୍ ଦୁର୍ଘଟଣାଗ୍ରସ୍ତ – ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

Spread the love

ତେଲକୋଇ, ୧୯/୦୨/୨୧ (ସନ୍ଧାନ ନିଉଜ) : କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାଢୀ ନାମକ ବସଟି ଝାରସୁଗୁଡାରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। କାଞ୍ଜିପାଣି ଘାଟିର କୁସୁମ ଘାଟିରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପାହାଡ଼ର ପଥରରେ ଘସି ହୋଇଯାଇଥିଲା। ବସରେ ଥିବା ସମସ୍ତ ୪୦ ଯାତ୍ରୀ ଓ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାଟି ସକାଳ ପ୍ରାୟ ୯ଟା ବେଳେ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରି ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ପଠାଇଥିଲା।

Related Posts

About The Author

Add Comment