ବଳରାମ ବାରିକଙ୍କ ପୁସ୍ତକ ‘ଭୋକ’ ଏବଂ ପ୍ରତିଭା ପ୍ରିୟଦର୍ଶିନୀଙ୍କ ପୁସ୍ତକ ‘ପ୍ରୀତିଲଗ୍ନା’ ଉନ୍ମୋଚିତ

Spread the love

କଟକ, ୩୦/୫ (ସନ୍ଧାନ ନିୟୁଜ/ମାନସ ରାଉତ) କଟକ ସ୍ଥିତ ସୀତଲ ହୋଟେଲ ପରିସରରେ ଶବ୍ଦ ବ୍ରହ୍ମ ପ୍ରକାଶନ ପକ୍ଷରୁ ଯୁବ ଲେଖକ, ଗାଳ୍ପିକ କବି ବଳରାମ ବାରିକଙ୍କ ପୁସ୍ତକ ‘ଭୋକ’ ଏବଂ ପ୍ରତିଭା ପ୍ରିୟଦର୍ଶିନୀଙ୍କ ପୁସ୍ତକ ‘ପ୍ରିତିଲଗ୍ନା’ ଏକ ବର୍ଣ୍ଣାଢ୍ୟ ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ପ୍ରିୟଦର୍ଶିନୀ ସ୍ୱାଇଁଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଡକ୍ଟର ଦେବାଶିଷ ପାତ୍ର, ମୁଖ୍ୟ ବକ୍ତାଭାବେ ଡକ୍ଟର ସନ୍ତୋଷ କୁମାର ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଡକ୍ଟର ପବିତ୍ର ମୋହନ ଦାସ ପ୍ରମୁଖ ଯୋଗଦେଇ ଉଭୟ ଲେଖକଙ୍କ ଏଭଳି ସଂକଳନ ଓଡଆ ସାହିତ୍ୟ ଜଗତ ପ୍ରତି ଏବ ଅମୁଲ୍ୟ ରତ୍ନ ହୋଇ ରହିବ ବୋଲି ମତବ୍ୟକ୍ତ କରିବା ସହ ଅନେକ ସାହିତ୍ୟିକ ମାନେ ନିଜର ବ୍ୟକ୍ତିଗତ ଲାଳସା ଏବଂ ବିଭିନ୍ନ ପଦପଦବୀ ପାଇଁ ଓଡିଆ ସାହିତ୍ୟ ଆଜି ବହୁ ପଛରେ ପଡିଥିବା କହିଥିଲେ । ଏପରିକି ସାହିତ୍ୟିକ ଏବଂ ତଥାକଥିତ ଲେଖକ ମାନେ ସାହିତ୍ୟକୁ ବିକାକିଣାର ମାଧ୍ୟମ କରିବାରେ ବ୍ୟସ୍ତ ରହିବା ସହିତ ସାହିତ୍ୟିକ ନାମରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛନ୍ତି ବୋଲି ମତଦେଇଥିଲେ । ଲେଖକ ବଳରାମ ବାରିକ ନିଜର ପୁସ୍ତକ ଉପରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ଏହାର ନିର୍ଦ୍ଦେଶକ ଅବିନାଶ ଦାସ ପ୍ରକାଶନୀ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଧନ୍ୟବାଦ ଅପର୍ଣ କରିଥିଲେ ।

Related Posts

About The Author

Add Comment