ବରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଘରକୁ ଫେରିଲାନି ପୁଅ ରିତେଶ ଓ ମା ରିନୁ

Spread the love

ବରୀ, ୨/୧୨ (ସଂଧାନ ନିୟୁଜ/ଇତିଶ୍ରୀ ଦାସ) ଯାଜପୁର  ଜିଲ୍ଲା ବରୀ ମାତୃମଙ୍ଗଳ ସାମ୍ନାରେ ଆଜି ସାନ୍ଧ୍ୟା ୭ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଚି , ଟ୍ରକ ଏବଂ ଦୁଇଚାକିଆ ଯାନର ମୁହାମହିଁ ଧକା ହେବାରୁ ଘଟଣା ସ୍ଥଳରେ ୧୦ ବର୍ଷର ବାଳକ ରିତେଶ ସାମଲ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ସୂଚନା ଯୋଗ୍ୟ ବାଲିବିଲି ଗ୍ରାମର ଶ୍ରୀନିବାସ ସାମଲ ବରୀ ବଜାରକୁ କୌଣସି ଏକ କାମରେ ଆସିଥିଲେ ତାଙ୍କ ସହିତ ତାଙ୍କ ପତ୍ନୀ ଏବଂ ପୁଅ ରିତେଶ ମଧ୍ୟ ଥିଲେ । ବରୀ ବଜାରରୁ ମାତ୍ର ୧ କିଲୋମିଟର ଦୂରତା ମାତୃମଙ୍ଗଳ ସାମ୍ନାରେ ଟ୍ରକ ସହିତ ଧକା ହୋଇଥିଲା ଘଟଣା ସ୍ଥଳରେ ପୁଅ ରିତେଶ ପ୍ରାଣ ହରାଇଥିବା ଜଣାପଡିଛି । ଶ୍ରୀନିବାସ ଏବଂ ତାଙ୍କ ପତ୍ନୀ ଆହତ ହୋଇଥିବା ଜଣା ପଡ଼ିଛି । ଓ ବାପା ମାଙ୍କ ଆବସ୍ତା ଗୁରୁତ୍ୟ ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିଛଳୟ କୁ ସ୍ଥାନାନ୍ତର କରିଯାଇଛି । ଘଟଣା ସ୍ଥଳରେ ପୋଲିସ ପହଁଚି ଟ୍ରକକୁ ଜବତ କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛ। ପରେ ରିତେଶ ଙ୍କର ମା ସୁଧାଂଶୁ ବାଳା ରାୟ(ରିନୁ) ଙ୍କ ର ମୃତ୍ୟୁ ହେଇ ଗଲା ବୋଲି ଯାଜପୁର ମୁଖ୍ୟ ଚିକିଛlଳୟତରଫରୁ ଜଣା ପଡ଼ିଛି।

Related Posts

About The Author

Add Comment