ବରୀ ବ୍ଲକ୍ ଗଣ୍ଡଗୋଳକୁ ନେଇ ୩ ଆସାମୀ ଗିରଫ

Spread the love

ଯାଜପୁର ସଦର,୨୫/୧୨/୨୦୨୦ (ସନ୍ଧାନ ନିଉଜ): ବରୀ ବ୍ଲକ୍ ଘଟଣାକୁ କେନ୍ଦ୍ରକରି ବିଜେପି ବିଜେଡ଼ି ପକ୍ଷରୁ ବରୀ ଥାନାରେ ତିନୋଟି କେସ୍ ହୋଇଥିବା ବେଳେ, ବରୀ ପୋଲିସ ପକ୍ଷରୁ ତିନି ଜଣ ଆସାମୀକୁ ଗିରଫ କରାଯାଇଥିବା ଜଣାଯାଇଚି । ବରୀ ଥାନା ପୋଲିସ ଗଣ୍ଡଗୋଳରେ ଅଂଶ ଗ୍ରହଣ କରିଥିବା ଆସାମୀମାନେ ସିଲୁ ସାହୁ, ସୁସାନ୍ତ ରାୟ, ବାପି ମହାରଣା କୁ ଗିରଫ କରିଚି କେସ୍ ନଂ ୧୫୦/୨୦ ରେ ଏକ ମାମଲା ରୁଜୁ କରାଯାଇ ଆସାମୀ ତିନି ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଚି । ଗଣ୍ଡଗୋଳ କରିଥିବା ଆକ୍ରମଣରେ ମନ୍ଦାରୀ ପଂଚାୟତର ସରପଂଚଙ୍କ ସ୍ୱାମୀ ହରିହର ପଣ୍ଡା ଗୁରୁତର ଆହତ ହୋଇଥିବା ବେଳେ, ଶ୍ରୀ ପଣ୍ଡାଙ୍କ ପକ୍ଷରୁ ବରୀ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତ୍ତିକରି ଭବାନୀପୁର ଗ୍ରାମର ଉପେନ୍ଦ୍ର ମହାରଣା ଉପରେ କାଇପଡ଼ା ଗ୍ରାମର ମନୋରଂଜନ ସାହୁ ଏବଂ ସୁସାନ୍ତ ରାୟକୁ ବରୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବରୀ ପୋଲିସ୍ ପକ୍ଷରୁ ଗଣ୍ଡଗୋଳ ଆଶଙ୍କାକୁ ଆଖିଆଗରେ ରଖି ପୋଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଚି । ଏବଂ ବିଜେପି ପକ୍ଷରୁ ବରୀ ଥାନାରେ ଏକ ମାମଲା ରୁଜୁ କରାଯାଇଚି ।

Related Posts

About The Author

Add Comment