ଯାଜପୁର , ୫/୩/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ରାଉତରାପୁର ପଞ୍ଚାୟତରେ ବରୀ ନିର୍ବାଚନ ମଣ୍ଡଳୀର ଅପ୍ରତିଦ୍ୱନ୍ଦି ନେତ୍ରୀ ବିଧାୟିକା ସୁନନ୍ଦା ଦାସଙ୍କୁ ରାଉତରାପୁର ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧିତ ମାନପତ୍ର ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଶ୍ରୀମତୀ ଦାସ ରାଉତରାପୁର ପଞ୍ଚାୟତରେ ପହଁଞ୍ଚô ଶ୍ରୀମତୀ ଦାସ କର୍ମୀ ମାନଙ୍କ ଗହଣରେ ଯାଇ ମା କାଳୀ ମନ୍ଦିରରେ ମାଙ୍କୁ ପୂଜାର୍ଚ୍ଚନା କରିବା ସହିତ ମାଙ୍କର ଆଶ୍ରୀର୍ବାଦ ନେଇଥିଲେ । ବରୀ ବିଧାୟିକା ଶ୍ରୀମତୀ ଦାସ ବରିଷ୍ଠ ସତାୟୁ ଭେଟି ଗାଁ ପଞ୍ଚାୟତରେ କିପରି ଚାଲିଚି ଶ୍ରୀମତୀ ଦାସ ପଚାରି ବୁଝିଥିଲେ । ଯାଜପୁର ଜିଲ୍ଲା ସାଧାରଣ ସଂପାଦକ ଶ୍ରୀଯୁକ୍ତ ପ୍ରଦିପ ଦାସଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଟିତ ହୋଇଥିଲା । ଏହି ଅବସରରେ ରାଉତରାପୁର ମୁକ୍ତେଶ୍ୱର ମନ୍ଦିର ପରିଶରରେ ବରୀ ବିଧାୟିକା ରମାଦେବୀ ଶ୍ରୀମତୀ ସୁନନ୍ଦା ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟଅତିଥି ଭାବେ ଯୋଗଦେଇ ଜନହିତକର କାର୍ଯ୍ୟକୁ ନବୀନ ସରକାରଙ୍କର ଯୋଜନା ଲୋକମାନଙ୍କ ନିକଟରେ ପହଁଞ୍ଚôାଇବାପାଇଁ କର୍ମୀମାନଙ୍କୁ ସଚେତନ କରାଇଥିଲେ । ରଉତରାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ରବିନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ବିରଷ୍ଠ ବିଜେଡ଼ି ଯୁବନେତା ଦେବେନ୍ଦ୍ର ଦାସ, ରାଉତରାପୁର ସରପଞ୍ଚ ରେଣୁବାଳା ସେଠୀ, ସମିତୀ ସଭ୍ୟା ଉମାରାଣୀ ମହାଳିକ, ପଞ୍ଚାୟତ ସଭାପତି ଗୁଣମଣି ଦାସ, ଅତଲାପୁର ସରପଞ୍ଚ ପ୍ରଫୁଲ୍ଲ ସାହୁ, ଅର୍ଥଙ୍ଗା ପଞ୍ଚାୟତର ବରିଷ୍ଠ ବିଜେଡ଼ି ନେତା ପୂର୍ବତନ ଜିଲ୍ଲା ପରିଷଦ ବେଣୁଧର ସାମଲ, ବ୍ରହ୍ମବରଦା ପଞ୍ଚାୟତ ସରପଞ୍ଚ ବିଜୟ ଦାସ, ନ୍ୟାୟବ ସରପଞ୍ଚ କୈଳାସ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିବା ବେଳେ, ବିଜେଡ଼ି ଉପ ସଭାପତି ପ୍ରଭାତ କୁମାର ପୃଷ୍ଟି ଯୋଗଦେଇଥିଲେ । ସପନ ବେହେରା, କାଶିନାଥ ପୃଷ୍ଟି, ହରିହର ସାହୁ, ସୂର୍ଯ୍ୟମଣି ସାହୁ, ସାଉଁଟି ସାହୁ, ଭାସ୍କୁର ସାହୁ, ନିତ୍ୟାନନ୍ଦ ପୃଷ୍ଟି ଓ ବହୁ ବିଜେଡ଼ି କର୍ମି ଏହି ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରିଥିଲେ ।
ବରୀ ବିଧାୟିକାଙ୍କୁ ରାଉତରାପୁର ପଞ୍ଚାୟତରେ ସମ୍ବର୍ଦ୍ଧିତ କଲେ
|
March 5, 2020 |
![](https://sandhannews.com/wp-content/uploads/2020/03/05-Bari-Bidayika.jpg)