ଯାଜପୁର, ୨୯/୦୩/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନାରେ ଆଇନୀ ବାଟବଣା ହୋଇଥିବା ଦେଖିବାକୁ ମିଳିଚି । ଏହି ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଥାନା ଅଧିନରେ ଯାଉଥିବା ନାବାଳିକା ଅପହରଣ ଠାରୁ ଆରମ୍ଭ କରି ବରୀ ପୋଲିସ କାର୍ଯ୍ୟକୁ ବରିଷ୍ଠ ନାଗରିକ ଏବଂ ସାଧାରଣ ଲୋକମାନେ ବରୀ ଥାନା ପୋଲିସ ଅଣଦେଖା କରୁଥିବା ଅଭିଯୋଗ ହୋଇଚି । ଘଟଣାରୁ ପ୍ରକାଶ ଯେ, ବରୀ ଥାନା ଅଧିନରେ ଯାଉଥିବା ନାବାଳିକା ମାନଙ୍କୁ ଅପହରଣ କରାଯାଉଥିବା ଗଣମାଧ୍ୟମରେ ବେଶ ଚର୍ଚ୍ଚା ଜୋର ଧରିଚି । ଯାହାକି ଦୁଇଟି ନାବାଳିକା ଅପହରଣ ହୋଇଥିବା ବେଳେ, ଏହି ଥାନା ନିକଟସ୍ଥ ଚନ୍ଦନପୁର ଗ୍ରାମରୁ ଜଣେ ନାବାଳିକା ଅପହରଣ ହେବା ଘଟଣା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଚି । ଚନ୍ଦନପୁର ଗ୍ରାମରୁ ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ବେଳେ, ପୁଣି ଆଉଏକ ନାବାଳିକାକୁ କାଇପଡ଼ା ଗ୍ରାମର ଅପହରଣ କରାଯାଇଚି । ଏନେଇ ବରୀ ରାମଚନ୍ଦ୍ରପୁର ଥାନା ନାବାଳିକାର ଜେଜେ ଅଭିଯୋଗ କରିବାପରେ ସହି ଗ୍ରାମେ ଜଣେ ଯୁବକ ତାଙ୍କ ନାତୁଣୀକୁ ଅପହରଣ କରିନେଇଥିବା ବରୀ ଥାନାରେ ଅଭିଯୋଗ କରାଯାଇଚି । ଏହି ଦୁଇ ନାବାଳିକାର କୌଣସି ସନ୍ଧାନ ବରୀ ପୋଲିସକୁ ମିଳିନଥିବା ବେଳେ, ବରୀ ଥାନାରେ ଆଇନୀ ଶୃଙ୍ଖଳା ବିପର୍ଯ୍ୟୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, କିଛିଦିନ ତଳେ, ଏହି ଥାନା ନିକଟସ୍ଥ ଅଲ୍ଲୀଗ୍ରାମର ମିଶନ ଶକ୍ତିର ସଭାନେତ୍ରୀ ଜ୍ୱୋତ୍ସାରାଣୀ ନାଥଙ୍କ ଘର ଉପରେ ବୋମା ମାଡ଼ କରାଯାଇଥିଲା । ପୋଲିସ ତଦନ୍ତ ଦିଗହରା ହୋଇଥିବା ବେଳେ, ଅଭିଯୁକ୍ତକୁ ଧରିବା ପାଇଁ ବରୀ ପୋଲିସ ବିଫଳ ହୋଇଛି । ବାଲିଆ ଅଞ୍ଚଳରେ ଦୋକାନ ଘର ପୋଡ଼ି ଘଟଣାରେ ଆସାମୀ ମାନଙ୍କୁ ପୋଲିସ କାହିଁକି ଗିରଫ କରୁନାହିଁ ସାଧାରଣରେ ଚର୍ଚ୍ଚା ଜୋର ଧରିଚି ।
ବରୀ ପୋଲିସ ପାଇଁ ଆଇନୀ ବାଟବଣା ହୋଇଚି
|
March 29, 2022 |
![](https://sandhannews.com/wp-content/uploads/2021/11/SANDHAN.jpg)