ବନ୍ୟା ଘେରରେ ବ୍ରହ୍ମବରଦା; ଜଳନିସ୍କାସନ ଦାବିରେ ଗ୍ରାମବାସୀ କଲେ ରାସ୍ତା ରୋକ

Spread the love

ଯାଜପୁର ସଦର,୧୦ା୦୯ (ସନ୍ଧାନ ନିଉଜ/ଗୋପୀନାଥ ଦାସ):ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତରେ ମହାପ୍ରଳୟଙ୍କରୀ ବ୍ରାହ୍ମଣୀ ନଦୀ ବନ୍ୟାରେ ବ୍ରହ୍ମବରଦା ପଂଚାୟତରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ, ଜିଲ୍ଲାପ୍ରଶାସନ ପକ୍ଷରୁ ଏହାକୁ ଅଣଦେଖା କରାଯାଇଥିଲା । ମହାପ୍ରଳୟଙ୍କରୀ ବନ୍ୟାପାଣି ମାଡ଼ି ଆସିବାରୁ ଜଳନିସ୍କାସନ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ବେଳେ, ବ୍ରହ୍ମବରଦା ଗ୍ରାମବାସୀମାନେ ବ୍ୟାଙ୍କଛକ ଠାରୁ ତାରିଣୀ ଛକ ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ରାସ୍ତାରୋକ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ବ୍ରହ୍ମବରଦାର ଆଜାତ ନଗର ମହାପ୍ରଳୟଙ୍କରୀ ବନ୍ୟାରେ ବୁଡ଼ିଯାଇଥିବା ବେଳେ, ବନ୍ୟାରେ ବ୍ରହ୍ମବରଦାର ବହୁ ଗ୍ରାମ ଜଳରେ ପ୍ରଭାବିତ ହୋଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ସରପଂଚ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇଥିବାରୁ ଗ୍ରାମବାସୀମାନେ ଏକତ୍ରୀତ ହୋଇ ରାସ୍ତାରୋକ କରିଥିଲେ । ଯାହାଫଳରେ ଜଳନିସ୍କାସନ ପାଇଁ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଘଟଣା ସ୍ଥଳରେ ପହଁଞ୍ଚô ଧାରଣାକାରୀଙ୍କ ସହିତ ଆଲୋଚନା କରିବା ପରେ ଜେସିପି ସହାୟତାରେ ଡ୍ରେନ ଖାଳାଯିବା ସମୟରେ ବହୁ ବ୍ୟବସାୟୀ ସରକାରୀ ଜାଗାକୁ ଜବରଦଖଲ କରିଥିବାର ଦେଖିବାକୁ ମିଳିଥିଲା । ଜବରଦଖଲକାରୀ ଦୋକାନୀ ମାନଙ୍କର କ୍ଷତି ହୋଇଥିବା ବେଳେ, ସେମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି କରାଯାଇଅଛି । ଏବଂ ଏଠାରେ ସୂଚନା ଯୋଗ୍ୟ ଯେ, ଉକ୍ତ ବ୍ଲକ୍ର ମଙ୍ଗରାଜପୁର ପଂଚାୟତ ଖଣ୍ଡାସ ଗ୍ରାମ ନିକଟରେ ବ୍ରାହ୍ମଣୀନଦୀରେ ଏକ ଘାଇ ହେବାରୁ ବାରଟି ଗ୍ରାମର ଲୋକମାନେ ରାସ୍ତାରୋକ କରିଥିଲେ । ମଙ୍ଗରାଜପୁର ପଂଚାୟତରେ ୨ଟି ଘାଇ ହେବାରୁ ନୂତନ କରି ନିର୍ମାଣ କରାଯାଇଥିବା ଢ଼ଳେଇ ରାସ୍ତା ବନ୍ୟାରେ ଭାଙ୍ଗିଯାଇଥିବା ବେଳେ, ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ । ଏହି ବନ୍ୟାଜଳରେ ଲଙ୍କାବାଲିସାହି, ବାଲିଗୁଡ଼ା, ଦେଉଳିର ୩ହଜାରରୁ ଉର୍ଦ୍ଧଲୋକ ପ୍ରଭାବିତ ହୋଇଥିବା ବେଳେ, ଗମନା ଗମନ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ସବୁକିଛି ଠପ୍ ହୋଇଯାଇଚି । ଅବସ୍ଥା ଶୋଚନିୟ ହୋଇପଡ଼ିବାରୁ ଗମନା ଗମନରେ ବାଧାସୃଷ୍ଟି କରୁଚି । ଏନେଇ ପ୍ରଶାସନ ଅଣଦେଖା କରିଥିବାରୁ ଆଜି ଗ୍ରାମବାସୀ ମାନେ ରାସ୍ତାରୋକ କରିବାପାଇଁ ନିସ୍ପତି ନେଇଥିଲେ । ୪ଗୋଟି ଗ୍ରାମର ଗ୍ରାମବାସୀ ଖଣ୍ଡାସ ନିକଟରେ ରାସ୍ତାରୋକ କରିଥିବାରୁ ସଦରଥାନା ଅଧିକାରି ବଂଶିଧର ବେହେରା, ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚô ରାସ୍ତାରୋକ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ସହିତ ତହସିଲଦାର ଏକ ଅସ୍ତାଇ ରାସ୍ତା ପାଇଁ ପ୍ରତିସୃତି ଦେବାପରେ ରାସ୍ତାରୋକ ହଟିଥିଲା ।

Related Posts

About The Author

Add Comment