ବନ୍ଧୁକ ମୁନ୍‌ରେ ଇନୋଭା ଗାଡ଼ିକୁ ଅପହରଣ କରି ନେଇଗଲେ ୪ ସନ୍ଦିଗ୍ଧ, ଜମ୍ମୁ-କଶ୍ମୀର ଓ ପଞ୍ଜାବରେ ହାଇ ଆଲର୍ଟ ଜାରି

Spread the love

ଶ୍ରୀନଗର,୧୪/୧୧ (ସନ୍ଧାନ ନିୟୁଜ) : ଜମ୍ମୁ-କଶ୍ମୀରରୁ ପଞ୍ଜାବର ଯାଉଥିବା ଚାରି ସନ୍ଦିଗ୍ଧ ମାଧେପୁର ନିକଟରୁ ଇନୋଭା ଗାଡ଼ି ଅପହରଣ ପଠାନ୍‌କୋଟ୍‌ ଅଭିମୁଖେ ଫେରାର ହୋଇଯାଇଛନ୍ତି। ଏହାପରେ ଜମ୍ମୁ-କଶ୍ମୀର ଓ ପଞ୍ଜାମ ଆଦି ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ୪ ଜଣ ବ୍ୟକ୍ତି ସିଲଭର୍‌ ରଙ୍ଗର ଏକ ଇନୋଭାକୁ ଜମ୍ମୁ ରେଳ ଷ୍ଟେସନ୍‌ରୁ ଭଡ଼ାରେ ନେଇଥିଲେ। ତେବେ ମାଧୋପୁରଠାରେ ସେମାନେ ବନ୍ଧୁକ ମୁନରେ ଡ୍ରାଇଭରଙ୍କ ଠାରୁ ଗାଡ଼ିଟିକୁ ଅପହରଣ କରି ନେଇ ଚାଲିଯାଇଛନ୍ତି। ୨୦୧୬ରେ ଆତଙ୍କବାଦୀମାନେ ସମାନ ଢଙ୍ଗରେ କାର୍‌ ଅପହରଣ କରିବା ପରେ ପଠାନକୋଟ୍‌ ଏୟାର ବେସ୍‌ ଉପରେ ଆକ୍ରମଣ କରିଥିଲେ

୪ ଜଣ ସନ୍ଦିଗ୍ଧଙ୍କ ଶିକାର ହୋଇଥିବା ଡ୍ରାଇଭର ରାଜେଶ କୁମାରଙ୍କ ଠାରୁ ସବୁ କଥା ଶୁଣିବା ପରେ ରେଳ ଷ୍ଟେସନ୍‌ ଟ୍ୟାକ୍ସି ଓନର୍‌ ଆସୋସିଏସନର ଉପ ସଭାପତି କହିଛନ୍ତି, ୪ ଜଣ ଯୁବକ ଟ୍ୟାକ୍ସିଟିକୁ ମେଜର ସରଭଜିତ ସିଂହଙ୍କ ନାମରେ ବୁକ୍‌ କରିଥିଲେ ଏବଂ ସେମାନେ ପଠାନକୋଟ୍‌ ଯିବାକୁ ଚାହିଁଥିଲେ। ସିସିଟିଭିରୁ ଜଣାପଡ଼ିଛି ଯେ ଗାଡ଼ିରେ ୪ଜଣ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ମଙ୍କି କ୍ୟାପ୍‌ ପିନ୍ଧିଥିଲେ। ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇ ଯାଇଛି।

Related Posts

About The Author

Add Comment