ରରୁଆଁ, ୦୫.୦୨.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଥାନା ଶୁକୃଳି ବ୍ଳକ ଖିଚିଂ ର ନାଟ୍ୟ ମଣ୍ଡପକୁ ଲାଗିଥିବା ଆମ୍ବ ତୋଟା ମଧ୍ୟରେ ଆଜି ଅପରାହ୍ନରେ ଏକ ପ୍ରାଇଭେଟ ଫାଇନାନ୍ସ କମ୍ପାନୀ ଏସକେଏସର କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଘଟଣା ରରୁଆଁ ଥାନାରେ ଅଭିଯୋଗ ହାଇଛି । ସୂଚନାଯୋଗ୍ୟ,ଏସକେଏସର କର୍ମଚାରୀ ଶୁଭେନ୍ଦୁ ଦାସ ନିଜ (ଓଡି ୦୯ କେ ୩୨୧୪) ବାଇରେ ଶୁକୃଳି ଏବଂ ଖୁବିଂ ଅଞ୍ଚଳର ଏସ୍ଏଜି ଗ୍ରୁପରୁ ୧ଲକ୍ଷ ୭୦୫୧ଟଙ୍କା ନିଜ ବାଇକ ଡିକିରେ ନେଇ ଯାଉଥିବା ସମୟରେ ଡକାୟତି ହୋଇଥିଲା ।ଖୁ ର ନାଟ୍ୟମଣ୍ଡପ ପାଖ ଆମ୍ବ ତୋଟ ରାସ୍ତାରେ ବିପରୀତ ଦିଗରୁ ତିନିଜଣ ଯୁବକ ଏକ (ଓଡି ୦୯-୪୨୧୦) ବାଇକରେ ଆସି ଶୁଭେନ୍ଦୁ ଦାସଙ୍କ ବାଇକ କୁ ଅଟକାଇ ପ୍ରଥମେ ବାଇକ ର ଚାବିକାଠି ନେବା ପରେ ପିସ୍ତଲ ଦେଖାଇ ଟଙ୍କା ଲୁଟିନେଲେ ଉକ୍ତ ଘଟଣା ଟି ସରପଞ୍ଚ ବାବୁଲି-ନାଏକ ଜାଣିବା ପରେ ସେ ପ୍ରଥମେ ରରୁଆଁ ଥାନାକୁ ଫୋନ ମାଧ୍ୟମରେ ଜଣାଇଥିଲେ । ରରୁଆଁ ଥାନା ଅଧିକାରୀ ଦିବ୍ୟକାନ୍ତି ଲାକ୍ରାଙ୍କ ନିର୍ଦ୍ଦେଶ କ୍ରମେ ଏସିଆଇ ଅମ୍ବିକା ପ୍ରସାଦ ଦାସ ପୁଲିସ ଟିମ ସହିତ ଘଟଣା ସ୍ଥାନରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।
ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍
|
February 5, 2021 |



