ଯାଜପୁର ସଦର, ୦୨ା୦୬: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତରେ କରାଯାଇଥିବା ନୂତନ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟ ସରିଯାଇଥିବା ବେଳେ, ଏଠାରେ କେବେ ଡାକ୍ତର ନିଯୁକ୍ତି କରାଯିବ ୧୦ ପଂଚାୟତର ଲୋକମାନେ ଚାହିଁ ବସିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଦିର୍ଘ ଦିନ ହେଲା ବନ୍ଧଡିହ ପଂଚାୟତର ଏକ ମେଡିକାଲ ପାଇଁ ଗଣମାଧ୍ୟମରେ ପ୍ରକାଶ କରାଯାଇଥିବା ବେଳେ, ମାନ୍ୟବର ବିଧାୟୀକାଙ୍କ ପ୍ରଚେଷ୍ଠାରେ ଏଠାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର କରାଗଲା । ଯାହାକି ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ନିର୍ମାଣ ସରିଯାଇଥିଲେ ମଧ୍ୟ ଡାକ୍ତର ଆସିନଥିବାରୁ ଲୋକମାନଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଚି । ବିଧାୟୀକା ସୁନନ୍ଦା ଦାସ ଡାକ୍ତର ନିଯୁକ୍ତି କରିବା ଲାଗି ସାଧାରଣରେ ଦାବି କରାଯାଉଚି । ଏହି ଦିଗରେ ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ରାଉତ ଦୃଷ୍ଟି ଦେବା ଲାଗି ଗ୍ରାମବାସୀମାନେ ଦାବି କରିଛନ୍ତି । ଏଦିଗରେ ଏଡିଏମ, ସିଡିଏମ ଡାକ୍ତର ଯୋଗାଇଦେବା ଲାଗି ଏପଂଚାୟତରେ ୧୦ ହଜାରରୁ ଉର୍ଦ୍ଧ ଲୋକ ବାସ କରୁଥିବା ବେଳେ, ଆଖପାଖ ପଂଚାୟତର ଲୋକ ଯାଜପୁର ମେଡିକାଲ ଉପରେ ନିର୍ଭର କରନ୍ତି । ଏହି ମେଡିକାଲକୁ ଡାକ୍ତର ନିଯୁକ୍ତି ଦେବାପାଇଁ ପଂଚାୟତର ଗ୍ରାମବାସୀମାନେ ବିଧାୟୀକା, ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି । Report- G Das Sandhan News
ବନ୍ଧଡିହ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର କେବେ ନିଯୁକ୍ତି ହେବେ
|
June 2, 2022 |
