ଯାଜପୁର, ୨୫/୦୯/୨୦ (ସନ୍ଧାନ ନିଉଜ) : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଳୟଙ୍କରି ବନ୍ୟାରେ ଯାଜପୁର ଜିଲ୍ଲାରେ କ୍ଷୟ କ୍ଷତି ହୋଇଥିବା ବେଳେ, ମାନ୍ୟବର ମୁଖ୍ୟମନ୍ତ୍ରୀ ରିଲିଫ କୋର୍ଡ ଅନୁୟାୟୀ ପ୍ରତି ପରିବାରକୁ ୫୦ କିଲୋ ଚାଉଳ ଓ ୫ଶହ ଟଙ୍କା ଦିଆଯିବାକୁ ନିୟମ କରାଯାଇଥିଲେ ସୁଦ୍ଧା ଏହାର ବ୍ୟତିକ୍ରମ ବନ୍ଧଡିହ ପଂଚାୟତରେ ଦେଖିବାକୁ ମିଳିଚି । ୫୦ କିଲୋ ଚାଉଳ ବଦଳରେ ୩୬ କିଲୋ ଚାଉଳ ଲୋକ ମାନଙ୍କୁ ଦିଆଯାଉଥିବା ବେଳେ, ଏଠାରେ ସୂଚନା ଯୋଗ୍ୟ ଯେ ପ୍ରଳୟଙ୍କରୀ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ରିଲିଫ କୋଡ ଅନୁଯାୟୀ ପ୍ରତି ପରିବାରିକୁ ୱାର୍ଡମେମ୍ବର ମାନେ ୨୫୦୦ଗ୍ରାମ ଚାଉଳ ବଣ୍ଟନ କରିଥିଲେ । ଯାହାକି ବନ୍ଧଡିହ ପଂଚାୟତରେ ଭଗବତୀ ପଡ଼ିଆ ନୋଡ଼ାଲ ବିଦ୍ୟାଳୟ ପରିଶରରେ ରସୁଲପୁର ବ୍ଲକ୍ରୁ ଚାଉଳ ଅଣାଯାଇ ସେଠାରେ ସରପଞ୍ଚ ରଖିଥିଲେ । ଗତକାଲି ୧ନଂ ୱାର୍ଡରେ ଚାଉଳ ବଣ୍ଟନ କରାଯାଇଥିବା ବେଳେ, ୫୦କିଲୋ ଚାଉଳ ବଦଳରେ ୩୬କିଲୋ ଚାଉଳ ବଣ୍ଟନ କରାଯିବାରୁ ସେଠାରେ ଉତ୍ତେଜନା ଦେଖାଯାଇଥିଲା । ଶାସକ ଦଳର ନେତା ମାନେ ଘଟଣାରେ ରହିଥିବା ବେଳେ, ୱାର୍ଡମେମ୍ବର ମାନେ ୩୬କିଲୋ ଚାଉଳ ଦେବା ଲାଗି ଲୋକମାନଙ୍କୁ ସରପଞ୍ଚଙ୍କ ଉପସ୍ଥିତିରେ ମିଟିଙ୍ଗ କରାଯାଇଥିଲା । ବନ୍ଧଡିହ ପଂଚାୟତର ସରପଞ୍ଚଙ୍କ ପ୍ରତିନିଧି ବିଜୟ କୁମାର ଜେନା ୩୬କିଲୋ ଚାଉଳ ତୁମେ ନିଅ ବୋଲି ସରପଞ୍ଚଙ୍କ ପ୍ରତିନିଧି ଲୋକମାନଙ୍କୁ କହିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଗୋଟିଏ ଗୋଟିଏ ପରିବାରରେ ୫ରୁ ୬ଜଣଙ୍କ ଭିତରେ ରିଲିଫ ଚାଉଳ ବଣ୍ଟନ କରାଯାଇଥିଲା । ଯେଉଁମାନେ ଉପସ୍ଥିତ ନଥିଲେ ସେମାନଙ୍କର ଜାଲ ଦସ୍ତଖତ କରାଯାଇ ଚାଉଳ ଉଠାଯାଇଥିଲା । ପ୍ରକୃତ ରିଲିଫ ପାଇବାପାଇଁ ଯୋଗ୍ୟ ବିବେଚିତ ଲୋକମାନଙ୍କୁ ନଦିଆଯାଇ ୱାର୍ଡପିଛା ୫ଜଣରୁ ୭ଜଣଙ୍କ ନୁତନ ନାମ ଲେଖାଯାଇ ଚାଉଳ ଦିଆଯାଇଥିଲା । ଏହି ରିଲିଫ ଚାଉଳ ଘଟଣାକୁ ନେଇ ରସୁଲପୁର ବ୍ଲକ୍ର ବିଡିଓ ଉମାକାନ୍ତ ପରିଡା ଆମ ପ୍ରତିନିଧି ପଚାରିବାରୁ ଆଗରୁ ପାଇଥିବା ୩ଦିନର ରିଲିଫ ଚାଉଳକୁ ମାଇନସ୍ କରାଯାଇ ଲୋକମାନେ ଚାଉଳ ନେବେବୋଲି ବିଡ଼ିଓ କହିଥିଲେ । ଖାଲି ଚାଉଳ ନୁହେଁ ପାଲ ମଧ୍ୟ ଏହି ପଂଚାୟତରେ ଦୃନିତରେ ବୁଡ଼ିଥିବା ଦେଖିବାକୁ ମିଳିଚି । ପ୍ରକୃତ ଯେଉଁମାନେ ଜଳବନ୍ଧିରେ ଥିଲେ ସେମାନଙ୍କୁ ପାଲ ଦିଆନଯାଇ କୋଠାଘର ଥିବା ଲୋକମାନଙ୍କୁ ଦିଆଯିବା ସହିତ ଗରିବ ଲୋକମାନେ ପାଲ ପାଇବାରୁ ବଞ୍ଚôତ ହୋଇଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାପାଇଁ ଯାଜପୁର ଜିଲ୍ଲାପାଳ ସଞ୍ଜୟ ସିଂ ରାଠୋର ଜିଲ୍ଲାପାଳ ଦୃଷ୍ଟି ଦେବାଲାଗି ସାଧାରଣରେ ଦାବି କରାଯାଉଛି ।
ବନ୍ଧଡିହ ପଞ୍ଚାୟତରେ ରିଲିଫ ଚାଉାଳ ବାଟମାରଣା
|
September 25, 2020 |