ଯାଜପୁର ସଦର,୨୪/୦୮(ସନ୍ଧାନ ନିୟୁଜ): ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡ଼ିହ ପଞ୍ଚାୟତରେ ରାଜ୍ୟସରକାରଙ୍କ ପକ୍ଷରୁ ବିଭିନ୍ନ ପକ୍କା ଘର ଦିଆଯାଉଥିବା ବେଳେ, ଏହି ପଂଚାୟତରେ ଏକ ଡ଼ାକଘର ନଥିବା ଦେଖିବାକୁ ମିଳିଛି । ବନ୍ଧଡ଼ିହ ପଞ୍ଚାୟତର ମଠପରିଶରରେ ଅସ୍ଥାୟୀ ଡ଼ାକଘର ରହିଥିବାବେଳେ ସ୍ଥାୟୀ ଡ଼ାକଘର କରାଯିବାପାଇଁ ଓ ବହୁତ ଦିନରୁ ସରକାରୀଙ୍କ ନିକଟରେ ଦାବିକରାଯାଉଛି । ଏହି ଦିଗରେ ବରୀ ବିଧାୟୀକା ସୁନନ୍ଦାଦାସଙ୍କ ନିକଟରେ ଗ୍ରାମବାସୀମାନେ ଦାବି କରିଛନ୍ତି । କେନ୍ଦ୍ରସରକାର ହେଉ ବା ରାଜ୍ୟସରକାରଙ୍କ ପକ୍ଷରୁ ସ୍ଥାୟୀ ପକ୍କାଡ଼ାକଘର ନିର୍ମାଣ କରାଯିବାପାଇଁ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ଅବହେଳିତ କରାଯାଇଛି । ଯାଜପୁର ସାସଂଦ ଶର୍ମିଷ୍ଠା ସେଠୀ ତୁରନ୍ତ ଏକ ନୂତନ ଡାକଘର କରାଯିବାପାଇଁ ଦାବି କରାଯାଉଚି ।
ବନ୍ଧଡିହ ପଂଚାୟତରେ ଡାକଘର ନିର୍ମାଣ ପାଇଁ ଦାବିି
|
August 24, 2021 |



