ବନ୍ଧଡିହ ନଥେଇପୁର ନିକଟରେ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ସ୍ଥାନ ଚୟନ

Spread the love

ଯାଜପୁର ସଦର, ୨୮ା୧୨(ସନ୍ଧାନ ନିୟୁଜ/ଜି. ଦାସ) ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତର ଲୋକମାନଙ୍କ ସ୍ୱାସ୍ଥ୍ୟ ସେବା ଉପରେ ସମସ୍ୟା ଦେଖା ଦେଇଥିବା ବେଳେ, ଏନେଇ ଗଣମାଧ୍ୟମରେ ବନ୍ଧଡିହ ଠାରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ରକରାଯିବା ପାଇଁ ରାଜ୍ୟସରକାରଙ୍କ ନିିକଟରେ ଦାବି କରାଯାଇଥିବା ବେଳେ, ରସୁଲପୁର ବ୍ଲକ୍ ତହସିଲ ପକ୍ଷରୁ ତହସିଲଦାରଙ୍କ ନିଦେ୍ର୍ଦଷକ୍ରମେ ରାଜସ୍ୱ ନିରୀକ୍ଷକ ବନ୍ଧଡିହ
ଠାରେ ଏକ ସରକାରୀ ଜାଗାକୁ ଚିହ୍ନଟ କରିବା ସହିତ ସରକାରଙ୍କ ପକ୍ଷରୁ ଏକ ସ୍ୱାସ୍ଥ୍ୟକେନ୍ଦ୍ର କରାଯିବ ବୋଲି ଆମ ପ୍ରତିନିଧିଙ୍କୁ କହିଥିଲେ । ନିକଟରେ ଏନେମା କ୍ୱାଟର ରହିଥିବା ବେଳେ, ନିର୍ମାଣ କରାଯାଇଥିବା ଏନେମା କ୍ୱାଟରରେ କୌଣସି କର୍ମଚାରୀ ନିଯୁକ୍ତି ପାଇନଥିବା ଦେଖିବାକୁ ମିଳିଚି । ଏଠାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର କରାଗଲେ ବହୁ ଦିନରୁ ଦାବି ପୂରଣ ହୋଇପାରନ୍ତା ବୋଲି ବୁଦ୍ଧିଜିବୀ, ବରିଷ୍ଟ ନାଗରିକ ମାନେ ମତପ୍ରକାଶ କରିଛନ୍ତି ।

Related Posts

About The Author

Add Comment