“ବନ୍ଦେ ଉତ୍କଳ ଜନନୀ”କୁ ମିଳିଲା ରାଜ୍ୟ ସଂଗୀତ ମାନ୍ୟତା: ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

Spread the love
ଭୁବନେଶ୍ୱର,୦୭/୦୬ (ସନ୍ଧାନ ନିଉଜ) : “ବନ୍ଦେ ଉତ୍କଳ ଜନନୀ”କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଛି । ଆଜି ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଥିବା ନେଇ ସୂଚନା ମିଳିଛି । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ଲିଖିତ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ମାନ୍ୟତା ଦେବା ନେଇ ଅନେକ ଦିନ ହେବ ଦାବି ହୋଇ ଆସୁଥିଲା । ଏବାବଦରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ମନ୍ତ୍ରୀଙ୍କ ଅନୁଯାୟୀ ୪ କୋଟି ଲୋକଙ୍କ ମନର ଇଚ୍ଛା ଆଜି ପୂରଣ ହୋଇଥିବା ବେଳେ ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ହିଁ ସମ୍ଭବ ହୋଇପାରିଛି । ଗତ ମେ ୩୦ ତାରିଖରେ ରାଜ୍ୟରେ କାର୍ଯ୍ୟରତ ଥିବା କୋଭିଡ ଯୋଦ୍ଧଙ୍କୁ ସମ୍ମାନ ଜଣାଇ ଏହାକୁ ରାଜ୍ୟବାସୀ ଏକ ସ୍ୱରରେ ଗାନ କରିଥିଲେ l
ସୂଚନା ଅନୁଯାୟୀ, ଗୀତକୁ ୧୯୧୨ ମସିହାରେ ବାଲେଶ୍ୱରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଅଧିବେଶନରେ ପ୍ରଥମ ଥର ପାଇଁ ଏହାକୁ ଗାନ କରାଯାଇଥିଲା । ଏପ୍ରିଲ ୧, ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ଏହି କବିତାଟି ସମଗ୍ର ରାଜ୍ୟରେ ରାଜ୍ୟଗାନ ଭାବେ ଆଦୃତି ଲାଭ କରିଥିଲା । କିନ୍ତୁ ଏହାକୁ କୌଣସି ସରକାରୀ ମାନ୍ୟତା ମିଳିନଥିଲା । ୧୯୯୪ ମସିହାରେ ସେସମୟର ବାଚସ୍ପତି ଯୁଧିଷ୍ଠିତ ଦାସ ଏହାକୁ ରାଜ୍ୟ ସଙ୍ଗୀତ ଭାବେ ମାନ୍ୟତା ଦାବି ପାଇଁ ବିଧାନସଭାରେ ନିଷ୍ପତି ନେଇଥିଲେ । ୧୯୯୪ ମସିହା ଡିସେମ୍ବର ମାସ ୨୧ ରେ  ବିଧାନସଭାରେ ସମସ୍ତ ସଦସ୍ୟ ଛିଡା ହୋଇ ଏହାକୁ ଜାତୀୟ ସଙ୍ଗୀତ ପରି ସମ୍ମାନର ସହ ଗାନ କରିଥିଲେ ।
ସେବେଠାରୁ ଦୀର୍ଘ ୨୬ ବର୍ଷ ହେବ ବିଧାନସଭାରେ ଏହି ପରମ୍ପରା ଚାଲିଆସିଛି । ୨୦୦୨ ମସିହା ପର୍ଯ୍ୟନ୍ତ ଏହି ମାନ୍ୟତା ନମିଳିଥିବାରୁ ବିଧାନସଭାରେ ପୁଣି ଥରେ ଏହାକୁ ନେଇ ଆଲୋଚନା ଜୋର ଧରିଥିଲା । ବାଚସ୍ପତି ଶରତ କୁମାର କର ଏହି ଆଲୋଚନା ମାଧ୍ୟମରେ ସରକାରଙ୍କୁ ବିଧିବଦ୍ଧ ସର୍କୁଲାର ଜାରି କରି ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ସରକାରଙ୍କୁ ନିର୍ଦେଶ ଦେଇଥିଲେ । ୨୦୦୩ ମସିହାରେ ଶରତ କରଙ୍କ ଅଧ୍ୟକ୍ଷତାରେ ପୁଣି ଏକ ବୈଠକ ବସି ଏହି ଦିଗରେ କିିଛି ନିଷ୍ପତ୍ତି ନିଆଯାଇଥିଲା ।
ଏହି ସଙ୍ଗୀତ ଗାନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନିମ୍ନୋକ୍ତ ଗାଇଡ଼ ଲାଇନ ଜାରି କରାଯାଇଛି ।
୧) କାନ୍ତକବିଙ୍କ ରଚିତ ସମ୍ପୂର୍ଣ୍ଣ ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ  ରାଜ୍ୟ  ସଙ୍ଗୀତ ଭାବରେ ଗ୍ରହଣ କରାଯାଇଛି
୨) କାନ୍ତକବିଙ୍କ ରଚିତ ଗାୟନର ଅନୁନ୍ଦମାଦିତ ସ୍ୱର, ଶୈଳୀ ତଥା ରେକର୍ଡିଙ୍ଗ ଓଡିଶା  ସରକାରଙ୍କର ସୂଚନା ଓ ନ୍ଦଲାକ ସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତତୁ କରାଯିବା ପାଇଁ ପାଇଁ ସ୍ଥିର କରାଗଲା ।
୩) ଏହାର ଗାୟନ ଅବଧି ସ୍ଵର ତଥା ଶୈଳୀ ଉପରୋକ୍ତ ରେକଡିଂ ପ୍ରକାରେ ନିର୍ଦ୍ଧାରିତ  ହେଲା ।
୪) ରାଜ୍ୟ ସରକାରଙ୍କର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ , ବିଧାନସଭାର ଅଧିବେଶନ  ଏବଂ ଅନ୍ୟାନ ସ୍ୱତନ୍ତ୍ର ଭାବରେ ଆୟାଜିତ ସରକାରୀ କାର୍ଯ୍ୟକ୍ରମରେ ଏହି ସଙ୍ଗୀତର ବିନା ବାଦ୍ୟରେ ପ୍ରସ୍ତତୁ ଅନୁମୋଦିତ ସଂସ୍କରଣ ପରିବେଷଣ/ ଗାନ କରାଯିବ ।
୫) ବିଦ୍ୟାଳୟ , ମହାବିଦ୍ୟାଳୟ, ଅନ୍ୟାନ ସଭାସମିତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠସଙ୍ଗୀତ କିମ୍ବା ବାଦ୍ୟଯନ୍ତ୍ର ସଙ୍ଗତ ସହିତ ଏହାକୁ ପରିବେଶଣ/ ଗାନ କରାଯିବ ।
୬) ଉଦ୍ଘାଟନୀ, ଉଦ୍ଯାପନୀ ଓ ଉଦ୍ବୋଧନୀ ସଙ୍ଗୀତ ଭାବରେ ଏହା ଗାନ  କରାଯିବା ସମୟରେ ଏହି ରାଜ୍ୟ ସଙ୍ଗୀତ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଉପସ୍ଥିତ ସମସ୍ତେ  ସଙ୍ଗୀତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦଣ୍ଡାୟମାନ ରହିବେ । ମାତ୍ର ବୟସ୍ମ, ଅସୁସ୍ଥ, ଭିନ୍ନକ୍ଷମ, ଗର୍ଭବତୀ ମହିଳା ଯେଉଁମାନେ ନିଜର ଉପରୋକ୍ତ ଅକ୍ଷମତା କାରଣରୁ ଦଣ୍ଡାୟମାନ ହେବାରେ ଅସୁବିଧା ଅନୁଭବ କରୁଥିବେ ସେମାନେ ଏହିସଙ୍ଗୀତ ପରିନ୍ଦବଷଣ ଗାନ ସମୟରେ ନିଜ ସ୍ଥାନରେ ନମ୍ର ଭାବରେ ବସି ରହି ଏଥି ପ୍ରତିସମ୍ମାନ ପ୍ରଦର୍ଶନ  କରିପାରିବେ । ଶିଶୁ ମାନଙ୍କୁ ମଧ୍ୟ ଏହିସଙ୍ଗୀତ ପରିବେଷଣ ସମୟର ଦଣ୍ଡାୟମାନ ରହିବାରୁ ଅବ୍ୟାହତି ଦିଆଯାଇଛି ।
୭) ଏହି ସଙ୍ଗୀତ ପୋଲିସ ବ୍ୟାଣ୍ଡ, ବଂଶୀ, ସିତାର ଭଳି ବିଭିନ୍ନ ବାଦ୍ୟ ଯନ୍ତ୍ର ମାଧ୍ୟମରେ ପରିବେଷଣ କରିପାରିବେ ।
୮) ଏହିସଙ୍ଗୀତର ପ୍ରଚାର ପ୍ରସାର ତଥା ଅଭିବୃଦ୍ଧି ନିମନ୍ତେ ଏହାର ସୃଜନାତମକ ପରିନ୍ଦବଷଣ ଉପରେ କୌଣସି କଟକଣା ରହିବ ନାହିଁ ।
୯) ବିଦ୍ୟାଳୟ ଓ ମହାବିଦୟାଳୟ ପାଠୟକ୍ରମନ୍ଦର ଏହି ସଙ୍ଗୀତକୁଅନ୍ତଭଶୁକ୍ତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଗଲା ।

Related Posts

About The Author

Add Comment