ବନ୍ଦ ହେଲା କେନ୍ଦ୍ରୀୟ ଯୋଜନାରେ ବିଜୁ ପକ୍କା ଘର ଷ୍ଟିକରିଂ ମରା

Spread the love

ଭୁବନେଶ୍ୱର, ୨୯/୧୨/୨୦୨୦ (ସନ୍ଧାନ ନିୟୁଜ/ସନ୍ତୋଷ ରାଉତ) : ରାଜ୍ୟ ସରକାର ନିକଟରେ ରାଜ୍ୟରେ ହୋଇଥିବା ସମସ୍ତ ବିଜୁ ପକ୍କା ଘର, ଇନ୍ଦିରା ଆବାସ ଏବଂ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଗୃହ ପାଇଥିବା ହିତାଧିକାରୀ ମାନଙ୍କ ଘର କାନ୍ଥରେ ଷ୍ଟିକରିର ଲଗାଇବା କାର୍ଯ୍ୟ ପଂଚାୟତ ସ୍ତରରେ ଥିବା କର୍ମଚାରୀଙ୍କ ଦ୍ୱାରା କରିଆସୁଥିଲା । ଏହି ଷ୍ଟିକରିଂ ଗୁଡିକ ୩ପ୍ରକାରର ହୋଇଥିବା ବେଳେ ହିତାଧିକାରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ଏକ ନୂତନ ବର୍ଷର ଅଭିନନ୍ଦନ ବାର୍ତ୍ତା ବଂଟନ କରାଯାଉଥିଲା । କିନ୍ତୁ କେନ୍ଦ୍ରୀୟ ଯୋଜନାରେ କରାଯାଇଥିବା ଷ୍ଟିକରିଂରେ ଛୋଟ ଛୋଟ ଅକ୍ଷରରେ ସେହି ଯୋଜନାକୁ ସର୍ଟକର୍ଟରେ ଲେଖିଥିବା ବେଳେ ବିଜୁ ପକ୍କା ଘର ଯୋଜନାକୁ ବଡ ବଡ କରି ସେଥିରେ ଲେଖିବା ସହିତ ବିଜୁ ବାବୁଙ୍କ ଫଟୋ ଏକ କଣରେ ଲଗାଯାଇଥିଲା । ଅପରପଟରେ ବିଜୁ ପକ୍କା ଘର ଯୋଜନାର ଏକ ସ୍ୱାତନ୍ତ୍ର ବଡ ବଡ ଅକ୍ଷରେ ଏବଂ ବିଜୁ ବାବୁଙ୍କ ବଡ ଫୋଟ ରହିଥିବା ଷ୍ଟିକରିଂ ଲଗାଯାଉଥିଲା । ଏହାକୁ ଦେଖିବାକୁ ପରେ ବିଭିନ୍ନ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ରାଜନୌତିକର ପ୍ରଚ୍ଛଦ ଚିତ୍ରପଟରେ କେନ୍ଦ୍ରୀୟ ଯୋଜନାକୁ କିଭଳି ବିଜୁ ପକ୍କା ଘର ଯୋଜନା କରାଯାଉଛି ତାହାକୁ ବିଜେପି ବିରୋଧ କରିଥିଲା । ଏପରକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମଧ୍ୟ ସଟ କର୍ଟରେ ପ୍ର.ଆ.ଯୋଗ ଉଲ୍ଲେଖ କରିଥିଲେ । ଏହାକୁ ସବୁଆଡୁ ବିରୋଧ କରିବା ପରେ ବିଜେପି ପକ୍ଷରୁ ବ୍ଲକ ଘେରାଉ ଅଭିଯାନ କରାଯାଇଥିଲା । ଏପରକି କେତେକ ସରପଂଚ ମାନେ ସାମଜିକ ମିଡିଆରେ ଏହାକୁ ନିନ୍ଦା କରିଥିଲେ । ଗଣମାଧ୍ୟମରେ ମଧ୍ୟ ଏହାର ଖବର ପ୍ରସାରଣ ହେବା ପରେ ସରକାର ତୁରନ୍ତ ଏହାକୁ ବନ୍ଦ କରିଦେଇଛନ୍ତି । ପରେ ରାଜ୍ୟ ସରକାର ତୁରନ୍ତ ଏହାକୁ ବନ୍ଦ ରଖିବାକୁ ଜିଲ୍ଲାକୁ ଏବଂ ବ୍ଲକକୁ ନିର୍ଦ୍ଧେଶ ଦେଇଛନ୍ତି । ତେବେ ସୂଚନା ଥାଉକି ଏହା ଭିତରେ ୭୦ପ୍ରତିଶତ ଘରେ ଏହା ଲାଗିସାରିଥିବା ବେଳେ ବିଜେପି କଣ ପାଇଁ ଏହାକୁ ବହୁ ପୂର୍ବରୁ ବିରୋଧ କଲାନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ଫଛରେ ବିଜେପିର ରାଇଜ ମୁଖିଆଙ୍କ ପ୍ରମୁଖ ହାତ ରହିଥିବା ବେଶ ଚର୍ଚ୍ଚା ହେଉଛି ।

Related Posts

About The Author

Add Comment