ବାରିପଦା ୨୫/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କୁଳିଅଣା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ୟ୍ୟାଳୟ ଅଧିନରେ ଥିବା ୪୨ ଟି ସ୍କୁଲ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ବିଭାଗ ପତ୍ର ସଂଖ୍ୟା ୫୫୩୮ ତା ୧୧-୦୩-୨୦୨୦ ଅନୁଯାୟୀ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟର ଅଧିନରେ ୩ କିସମର ୪୨ ଟି ସ୍କୁଲ ବନ୍ଦ ହେବ । ୨୦ କିମ୍ବା ତା’ଠାରୁ କମ୍ ପିଲାଥିବା ୨୦ ଟି ବିଦ୍ୟାଳୟ ୪୦ କିମ୍ବା ତାଠାରୁ କମ୍ ପିଲା ଥିବା ୧୮ଟି ବିଦ୍ୟାଳୟ ଓ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ୨୦ କିମ୍ବା ତା’ଠାରୁ କମ୍ ପିଲାଥିବା ୪ଟି ବିଦ୍ୟାଳୟ ବନ୍ଦ ହେବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଥିବା ଆମ୍ବପୁଞ୍ଜା ଉନ୍ନତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଜାମଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କାଠଶିର୍ଷୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବ । ସେହିପରି ୨୦ରୁ କମ୍ ପିଲା ଥିବା ଅଙ୍ଗନବାଡ଼ି ପ୍ରାଥମିକ ବିଦ୍ୟାଳୟ ତୁଳସୀବଣି ନୂତନ ପ୍ରାଥମିକ ବିଦ୍ୟାଳୟ ଶ୍ରୀଚନ୍ଦନପୁର ନୂତନ ପ୍ରାଥମିକ ବିଦ୍ୟାଳୟ , କାଳିକାଶୋଳ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ,ଭାଦୁନୂଆଗାଁ ପ୍ରାଥମିକ ବିଦ୍ୟାଳୟ, ବଡପଳାସୀଆ ପ୍ରାଥମିକ ବିଦ୍ୟାଳୟ, ବଡପଳାସୀଆ ନୂତନ ପ୍ରାଥମିକ ବିଦ୍ୟାଳୟ, ଓଦାପାଳ ନୂତନ ପ୍ରାଥମିକ ବିଦ୍ୟାଳୟ , ଦରଦିଆଶୋଳ ପ୍ରାଥମିକ ବିଦ୍ୟାଳୟ, ତିଳଗଡିଆ ପ୍ରାଥମିକ ବିଦ୍ୟାଳୟ, ବଳକନୁଇଁ ନୂତନ ପ୍ରାଥମିକ ବିଦ୍ୟାଳୟ , ପଳାସବଣି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ , ପ୍ରଧାନ ସାହି ନୂତନ ପ୍ରାଥମିକ ବିଦ୍ୟାଳୟ , ତିରିଲିଡିହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ , ବେତନଟୀ ପ୍ରାଥମିକ ବିଦ୍ୟାଳୟ,କିଆଣି ପ୍ରାଥମିକ ବିଦ୍ୟାଳୟ , ନୂଆସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ ଜେଗାଆବା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବ ବୋଲି ଆସିଛି ଚିଠି ୪୦ ରୁ କମ୍ ପିଲାଥିବା ବାଲିପାଳ ପିପିଏସ ଜନିଆଲୋକ ଏଡପିଏସ୍ ବଡ଼ ତିଲଭ ପିଏସ , କୋଉସାହି ଏନପିଏସ୍ ଦରଖୁଲି ପିଏସ୍ , ଶୁଖୁଆପଡାର ପିଏସ୍ , ଯାମକଗାଡି ପିଏସ୍ କାଲାଦାମ ପିପିଏସ୍ , କେଶରପୁର ପିଏସ୍ , ଟାଙ୍ଗରସାହି ପିଏସ୍ ମଧ୍ୟ ବନ୍ଦ ହେବ । ଏହି ସମସ୍ତ ବିଦ୍ୟାଳୟ ଗୁଡ଼ିକ ବନ୍ଦ କରାଯାଇ ସବୁ ପିଲାଙ୍କୁ ୧ କିମି ମଧ୍ୟରେ ଥିବା ବିଦ୍ୟାଳୟରେ ରେ ପାଠ ପଢ଼ିବାର ବ୍ୟବସ୍ଥା କରାଯିବ । ଆସନ୍ତା ଶିକ୍ଷାବର୍ଷ ପାଖରୁ ଏହା କାର୍ୟ୍ୟକାରୀ ହେବ ବୋଲି ଜଣାପଡିଛି । ତେବେ ଶିକ୍ଷା ବିଭାଗର ଏହି ନିଷ୍ପତ୍ତିକୁ ଅଭିଭାବକ ମହଲରେ ନପସନ୍ଦ କରାଯାଇଛି । ବିଦ୍ୟାଳୟ ଉଚ୍ଛେଦ ଦ୍ବାରା ପିଲାମାନେ ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି ଅଭିଭାବକମାନେ ମତ ଦେଇଛନ୍ତି ।
ବନ୍ଦ ହେବ କୁଳିଅଣାର ୪୨ ସ୍କୁଲ
|
July 25, 2020 |