ସୁନ୍ଦରଗଡ ତା:୧୮/୯/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲାରେ କୋଇଲା ବୋଝେଇ ଟ୍ରକ ମାଳିକମାଙ୍କୁ ଉପଯୁକ୍ତ ପରିମାଣରେ ଚାଲାଣ ଟଙ୍କା ଟ୍ରାନ୍ସପୋଟରଙ୍କ ଠାରୁ ମିଳୁ ନ ଥିବା ନେଇ ବନ୍ଦ ଡାକରା ସଫଳ ହୋଇଛି । ଜିଲାର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ବିଜୁ ଏକ୍ସପ୍ରେସ ରାସ୍ତାରେ ଗାଡ଼ି ମାଲିକଙ୍କ ସମେତ ପରିଭଂରେ ଜଡିତ ସମସ୍ତ କର୍ମଚାରୀ ମିଶି ରାସ୍ତାରୋକ କରିଥିଲେ ।ରାଉରକେଲା ଓ ସମ୍ବଳପୁର ମୁଖ୍ୟ ରାସ୍ତାରେ ଶହ ଶହ ଗାଡି ଧାଡ଼ିବାନ୍ଧି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ଦିନ ୧୧ଟା ପରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା ସଙ୍କରା ବାଇପାସ ଛକ ରେ ଥିବା ଆନ୍ଦୋଳନ କାରୀଙ୍କ ସହ କଥାବାର୍ତା କରି ଲିଖିତ ଆକାରରେ ପ୍ରତୁଶୃତି ପ୍ରଦାନ କରିଥିଲେ । ଏହା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା । ସରକାରଙ୍କ ଧାର୍ଯ୍ୟ ପରିବହନ ଭଡା ପ୍ରଦାନ ,ପ୍ରତ୍ୟେକ ପରିବହନ ପିଛା ପ୍ରତ୍ୟେକ ଟ୍ରକରୁ ବେଆଇନ ଟଙ୍କା ନେବା ବନ୍ଦ କରିବା ନେଇ ଉପଜିଲ୍ଲାପାଳ ସହମତି ପ୍ରଦାନ କରିଥିଲେ । ଏ ସମ୍ପର୍କରେ ଜିଲ୍ଲାପାଳ ଟ୍ରାନ୍ସପୋଟରଙ୍କ ସହ ଆଲୋଚନା କରିବା ଜଣାପଡିଛି ।
ବନ୍ଦ ଡାକରା ସଫଳ, ଦାବି ମାନିଲା ପ୍ରଶାସନ
|
September 20, 2021 |



