ବଢୁଛି ଅପରାଧ, ଜଲଦା ଫାଣ୍ଡିକୁ ଥାନାର ମାନ୍ୟତା କେବେ?

Spread the love

ରାଉରକେଲା: ପରିବର୍ଦ୍ଧିତ ଜନସଂଖ୍ୟା ସହିତ ସେହି ତାଳରେ ବଢ଼ିଚାଲିଛି ଚୋରି , ଡକାୟତି ତଥା ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ତଥାକଥିତ ଜଲଦା ପୁଲିସ ଆଉଟ୍ ପୋଷ୍ଟ ଅଂଚଳରେ , ଏଥିପାଇଁ କିଏ ଦାୟୀ ତାହା ବର୍ତମାନ ବୁଦ୍ଧିଜୀବୀମାନଙ୍କୁ ମାନସ ମନ୍ଥନ କରିବାକୁ ଏକପ୍ରକାର ବାଧ୍ୟ କରିଛି କହିଲେ ଅତ୍ୟୁକ୍ତି ହେବନାହିଁ  । ସୂଚନା ଯୋଗ୍ୟ ଯେ, ଅଧିକାଂଶ ସମୟରେ ଏହି ଛୋଟିଆ ଫାଣ୍ଡିଟି ବିଭିନ୍ନ ଆରୋପ ପ୍ର୍ରତ୍ୟାରୋପ ଖବରରେ ସମ୍ବାଦପତ୍ର ମାନଙ୍କର ଶୀର୍ଷକରେ ରହିଆସିଛି  । ହାତଗଣତି , ଅଫିସର ଓ କର୍ମଚାରୀ ଅନେକ ସମୟରେ ବଡ଼ ବଡ଼ ଅପରାଧ ପର୍ଦାଫାସ କରିଥିବା ବେଳେ ଅନ୍ୟାନ୍ୟ ଘଟଣାରେ ଅସଫଳ ମଧ୍ୟ ହୋଇଛି  । ଏହି ଫାଣ୍ଡି ଅଂଚଳରେ ଚୋରା କଂଟା ବ୍ୟବସାୟୀ , ଚୋରା ମଦ କାରବାର , ତଥା କୁକୁଡ଼ା ଲଡ଼େଇ ମାଧ୍ୟମରେ ଜୁଆ ଖେଳ ଏକ ନିତିଦିନିଆ ଘଟଣା କହିଲେ ଚଳେ  । ତେବେ ଏସବୁକୁ ଅଙ୍କୁଶ ଲଗାଇବାକୁ ଫାଣ୍ଡିର କର୍ମଚାରୀଙ୍କ ସଂଖ୍ୟା ଅତି ନଗଣ୍ୟ ,ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଯେହେତୁ ଏହି ଫାଣ୍ଡି ଅଧିନହେର ହାତୀବନ୍ଧା ଓ ଲାଠିକଟା ଗ୍ରାମପଂଚାୟତ ସହିତ ଦେଓଗାଁ ପରି ବୃହତ ଜନସଂଖ୍ୟା ବିଶିଷ୍ଟ ଜନବସତି ଅବସ୍ଥିତ  । ଏଥିରେ ଥିବା ଅଧିକାଂଶ ବସ୍ତି ଅପରାଧ ପ୍ରବଣ ଅଂଚଳ ରୂପେ ସୁପରିଚିତ। ତେବେ ଜଣେ ଅଫିସର ଏବଂ ଦୁଇତିନିିଜଣ କର୍ମଚାରୀ ଓ ହୋମଗାର୍ଡ ମାନଙ୍କୁ ନେଇ ଏ ଅଂଚଳରେ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ଆଣିବା କାଠିକର ପାଠ  । ତେଣୁ ଅପରାଧକୁ ରୋକିବା ପାଇଁ ଏହାକୁ ଥାନାର ମାନ୍ୟତା ମିଳିବା ନିହାତି ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି  ।

Report: S Nayak

 

Related Posts

About The Author

Add Comment