ବଡଚଣା ବ୍ଳକରେ ରିଲିଫ କୋର୍ଡର ଖୋଲା ଉଲଂଘନ ଦଳୀୟ ଭିତିରେ ଚାଲିଛି ରାସନକାର୍ଡ ଟଙ୍କା ବଂଟନ: କାରଣ ଦର୍ଶାଅ ନୋଟିସ ଜାରି କଲେ ବିଡିଓ

Spread the love

ଚଣ୍ଡିଖୋଲ,୦୯/୦୪(ସନ୍ଧାନ ନିୟୁଜ)-କରୋନା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା ଓ ସହାୟତା ପାଇଁ ବ୍ୟବସ୍ଥା କରାଯାଉଛି । ନିର୍ମାଣ ଶ୍ରମିକ, କୃଷକ ସହ ଗରିବ ଶ୍ରେଣୀ ଅର୍ନ୍ତଭୁକ୍ତ ହୋଇଥିବା ରାସନକାର୍ଡ ହିତାଧିକାରୀଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି । ୨୧ ଦିନର ଲକ ଡାଉନ ଅବଧି ମଧ୍ୟରୁ ଏଯାବତ ଲୋକମାନଙ୍କ ନିକଟରେ ସହାୟତା ପହଂଚିବାରେ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଛି । ବିଶେଷ କରି ବଡଚଣା ବ୍ଳକରେ ସରକାରୀ କର୍ମଚାରୀଙ୍କୁ ବାଦ ଦେଇ ଦଳୀୟ ଭିତିରେ ବିଭିନ୍ନ ଗ୍ରାମ ପଂଚାୟତରେ ରନ୍ଧନ ଖାଦ୍ୟ, ଶୁଖିଲା ଖାଦ୍ୟ ଓ ରେସନକାର୍ଡ ହିତାଧିକାରୀଙ୍କ ମାନଙ୍କ ନିମନ୍ତେ ଘୋଷଣା କରାଯାଇଥିବା ୧ ହଜାର ଟଙ୍କା ବଂଟନ କରାଯିବାର ବ୍ୟବସ୍ଥା ରହିଛି । କିନ୍ତୁ ବ୍ଳକର ଯୁବ ବିଜେଡି ସଭାପତି ଛତିଆ ଜୋନ ବିଜେଡି ସଭାପତି ସମେତ କେତେକ ପଂଚାୟତରେ ସରପଂଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଏବଂ ଦଳୀୟ କର୍ମକର୍ତାମାନେ ଏଭଳି କାର୍ଯ୍ୟ କରୁିଥିବା ଅଭିଯୋଗ ହେଉଅଛି । ବଂଟନ ସମୟରେ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରି ଆମ ସରକାର ପ୍ରଦାନ କରୁଥିବା କଥା ଲେଖିବାକୁ ମଧ୍ୟ ଭୁଲୁ ନାହାନ୍ତି । ଘର ଘର ବୁଲି ଏହି ସହାୟତା ରାଶି ଓ ଆବଶ୍ୟକୀୟ ଜିନିଷ ପହଂଚାଇବାକୁ ନିୟମ ରହିଥିଲା ବେଳେ ସରକାରୀ ପଦାଧିକାରୀ ମାନେ ଅଫିସରେ ବସି ଦଳୀୟ କର୍ମକର୍ତାଙ୍କ ଜରିଆରେ ଏଭଳି କାର୍ଯ୍ୟ କରାଯାଉଥିବା ବିଜେପି ମୁଖପାତ୍ର ଅମର ନାୟକ ଜିଲ୍ଲାପାଳ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ସ୍ଥାନୀୟ ବଡଚଣା ବିଡିଓଙ୍କୁ ପଚାରିବାରୁ ସେ କହିଥିଲେ ଆମ୍ଭର ସମସ୍ତ ଭି.ଏଲ.ଡବ୍ଳୁ, ଆର.ଆଇ. ଓ ଅନ୍ୟାନ କର୍ମଚାରୀ ମାନେ ରିଲିଫ ଓ ସହାୟତା କାର୍ଯ୍ୟରେ ନିୟୋଜିତ ଅଛନ୍ତି । କେତେକ ପଂଚାୟତରେ ଅନିୟମିତତା ହୋଇଥିବା ଆମ ପାଖକୁ ଖବର ଆସିଛି । ଛଁତିଆ, ଖଏରା, ଚଣ୍ଡିତଳ, ରାଧାଦେଇପୁର ଓ ଗୋପାଳପୁର ପଂଚାୟତରେ ଏଭଳି ଅନିମିୟତା ହୋଇଥିବା ଖବର ହସ୍ତଗତ ହେଲାପରେ ସେହି ପଂଚାୟତ ଗୁଡିକୁ କାରଣ ଦର୍ଶାଅ ନୋ ଟିା ଜାରି କରାଯାଇଛି । ରିଲିଫ ବେଳେ ଯେଉଁମାନେ ଆଇନ ଅବମାନନା କରିଥିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବଡଚଣା ବ୍ଳକର ମୋଟ ୪୩ ଗୋଟି ପଂଚାୟତରୁ ୪୯ ହଜାର ୭୬୦ଅନ୍ତୋର୍ଦୟ, ଶାରିରୀକ ବିକଳାଙ୍ଗ ଓ ସରକାରଙ୍କ ରାସନକାର୍ଡ ହିତାଧିକାରୀ ଅଛନ୍ତି । କାର୍ଡ ହିତାଧିକାରୀଙ୍କ ନିମରେ ଆସିଥିବା ୧ ହଜାର ଟଙ୍କାର ସମୁଦାୟ ମୁଲ୍ୟାୟନ ରହିଛି ୪ କୋଟି ୬୨ ଲକ୍ଷ ୬୦ ହଜାର ଟଙ୍କା ମଧ୍ୟରୁ ବୁଧବାର ସୁଦ୍ଧା ୧କୋଟି ୩ ଲକ୍ଷ ୭ ହଜାର ୨୦୦ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ସେହିପରି ୧୧ ହଜାର ୮୭୫୬ ହିତାଧିକାରୀଙ୍କୁ ୬ହଜାର ୬୬୮ କୁଇଂଟାଲ ଚାଉଳ ଓ ଗହମ ପ୍ରଦାନ କରାଯାଇଥିବା ବ୍ଳକ ଓ ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି । ରାସନ କାର୍ଡରୁ ବଂଚିତ ଅନେକ ଗରିବ ହିତାଧିକାରୀ ସରକାରଙ୍କ ଏହି ସହାୟତା ପାଇ ପାରୁ ନଥିବା ଓ କେତେକ ଥିଲାବାଲା ଲୋକଙ୍କୁ ଏହି ସୁବିଧା ପାଉଥିବା ଦେଖିବାକୁ ମିଲିଛି । ପ୍ରକାଶ ଥାଉ କି କିଚିଦିନ ପୂର୍ବରୁ ଯାଜପୁର ଜିଲ୍ଲାପାଳ ରଞ୍ଜନ ନକୁମାର ଦାଶ ବଡିଓଙ୍କ କାର୍ଯ୍ୟଶୈଳୀରେ ଅସନ୍ତୋଷ ପ୍ରକାଶ କରିବା ସହ କାରଣ ଦର୍ଶାଅ ନୋଟିସ ଜାରି ରକିଥିଲେ । ଏବେ ଏଭଳି ଅନିୟମିତା ପାଇଁ ଜିଲ୍ଲାପାଳ ଓ ସ୍ୱତନ୍ତ୍ର ରିଲିଫ କମିଶନର କଣ ପଦକ୍ଷେ ନେଉଛନ୍ତି ତାହା ସମୟ କହିବ ।

Related Posts

About The Author

Add Comment