ବାରିପଦା, ୨୪/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ବଦଳିଲେ ନୟାଗଡ ଏସପି ପ୍ରତ୍ୟୁଷ ଦିବାକର ପ୍ରତ୍ୟୁଷଙ୍କୁ ଏଆଇଜି ମୁଖ୍ୟାଳୟକୁ ବଦଳି କରାଯାଇଛି । ଅପରପକ୍ଷରେ ରାଜ୍ୟ ସରକାର ୧୩ ଜିଲ୍ଲାର ଏସପିଙ୍କୁ ବଦଳି କରିଛନ୍ତି । ସିଦ୍ଧାର୍ଥ କାଟାରିଆଙ୍କୁ ନୟଗଡ଼ର ନୂତନ ଏସପି ଭାବେ ନିଯୁକ୍ତି ମିଳିଛି । ସେହିପରି ବି.ଗଙ୍ଗାଧରଙ୍କୁ ସମ୍ବଲପୁର ଏସପି, ଚରଣ ସିଂହ ମୀନାଙ୍କୁ ଭଦ୍ରକ ଏସପି, କେ. ଶିବା ସୁବ୍ରମଣିଙ୍କୁ ଢେଙ୍କାନାଳ, ରାହୁଲ ପିଆରଙ୍କୁ ଯାଜପୁର ଏସପି, ଏମ. ସନ୍ଦୀପ ସଂପଦଙ୍କୁ କେନ୍ଦ୍ରାପଡା ଏସପି, ମୁକେଶ ଭାମୁଙ୍କୁ ରାଉରକେଲା, ଶ୍ରବଣ ବିବେକଙ୍କୁକଳାହାଣ୍ଡି,କୁଶଲକର ନୀତିନ ଡୁଗଡୁଙ୍କୁ ବଲାଙ୍ଗୀର ଏସପି, ବିବେକାନନ୍ଦ ଶର୍ମାଙ୍କୁ ରାୟଗଡା ଏସପି ବରୁଣ ଗୁଣ୍ଡୁପାଲିଙ୍କୁ କୋରାପୁଟ ଏସପି, ପ୍ରହ୍ଲାଦ ମୀନାଙ୍କୁ ନବରଙ୍ଗପୁର ଏସପି ଓ ଝାରସୁଗୁଡା ଏସପି ଭାବେ ନିଯୁକ୍ତ କରାଯାଇଛି । ବିକାଶ ଦାସଙ୍କୁ ସେହିଭଳି ସମ୍ବଲପୁର ଆଇଜି ଭାବେ ନରସିଂହ ଭୋଳଙ୍କୁ ନିଯୁକ୍ତ କରାଯାଇଛି । ରାଜେଶ ପଣ୍ଡିତଙ୍କୁ କୋରାପୁଟ ଡିଆଇଜି, ସଫିନ ଅହମ୍ମଦଙ୍କୁ ଡ଼ିଆଇଜି ଟେକ୍ଲିକାଲ, ସାର୍ଥକ ଷଡଙ୍ଗୀଙ୍କୁ ଅନୁଗୁଳ ଡିଆଇଜି, ଅବିନାଶ କୁମାରଙ୍କୁ ଡ଼ିଆଇଜି ଏସପି. ନୀତିଶେଖରଙ୍କ ପରିବହନ ବିଭାଗ ବିଭାଗ ଅତିରିକ୍ତ ଅତିରିକ୍ତ କମିଶନର, ଅଳେଶ୍ଵର ସିଂହଙ୍କୁ ଏସଓଜି କମାଣ୍ଡାଣ୍ଟ ଏବଂ ସତ୍ୟଜିତ୍ ନାୟକଙ୍କୁ ଏସପି କମ୍ପ୍ୟୁଟର ଭାବେ ନିଯୁକ୍ତ କରାଯାଇଛି ।
ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର
|
December 24, 2020 |
