ବଡ ଗାଁ ବ୍ଲକ ଇତମା ଖଡିଆ ପଡ଼ାର ନଳକୂପ ବହୁଦିନରୁ ଅଚଳ

Spread the love

ସୁନ୍ଦରଗଡ ତା:୬/୪/୨୦୨୫( ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକରୁ ଆସିଛି ଏକ ଜଳାଭାବ ସମସ୍ୟା । ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡ଼ିଶା, କିନ୍ତୁ ବଡ଼ଗାଁ ବ୍ଲକ ଇତମା ଗ୍ରାମର ଖଡ଼ିଆ ପଡ଼ାରେ ଜଳକଷ୍ଟ ଏବେ ଚରମ ସୀମାରେ। ଗାଁର ମୁଖ୍ୟ ନଳକୂପଟି ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିଥିବାରୁ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି ପଡ଼ାବାସୀ।  ଦୀର୍ଘ ଦିନ ହେବ ଏଠାକାର ଏକମାତ୍ର ନଳକୂପଟି ଅଚଳ ହୋଇ ପଡ଼ିରହିଛି। ଅଭିଯୋଗ ମୁତାବକ, ଏହି ସମସ୍ୟା ବାବଦରେ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ପଡ଼ାର ମହିଳାମାନେ ପାଣି ପାଇଁ କିଲୋମିଟର କିଲୋମିଟର ଦୂରକୁ ଯିବାକୁ ବାଧ୍ୟ ହେଉଛନ୍ତି। ପାଞ୍ଚ-ଛଅ ମାସ ହେଲାଣି ପାଣି ବାହାରୁନି। ଖରା ଦିନେ ପାଣି ବୁନ୍ଦେ ପାଇଁ ଆମେ ବହୁତ ହଇରାଣ ହେଉଛନ୍ତି। କେହି ଶୁଣୁନାହାନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଏବଂ ବ୍ଲକ ପ୍ରଶାସନର ଏଭଳି ଅଣଦେଖା ମନୋଭାବକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯଥାଶୀଘ୍ର ନଳକୂପଟି ମରାମତି ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଖଡ଼ିଆ ପଡ଼ାବାସୀ । ତେବେ ଦେଖିବାକୁ ବାକି ରହିଲା, ଏହି ଖବର ପ୍ରସାରଣ ପରେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁଛି କି ନାହିଁ।

Related Posts

About The Author

Add Comment