ବଜେଟରେ ମହିଳାଙ୍କୁ ଗୁରୁତ୍ୱ; ଏସ୍ଏଚଜି ମହିଳାଙ୍କୁ ମୁଦ୍ରା ଯୋଜନାରେ ୧ ଲକ୍ଷ ଟଙ୍କା ଋଣ ବ୍ୟବସ୍ଥା
ବଜେଟରେ ମହିଳାଙ୍କୁ ଗୁରୁତ୍ୱ; ଏସ୍ଏଚଜି ମହିଳାଙ୍କୁ ମୁଦ୍ରା ଯୋଜନାରେ ୧ ଲକ୍ଷ ଟଙ୍କା ଋଣ ବ୍ୟବସ୍ଥା
Manas Kumar Rout |
July 6, 2019 |
ନୂଆଦିଲ୍ଲୀ,୬/୭ (ସନ୍ଧାନ ନିୟୁଜ ) ଶୁକ୍ରବାର ସଂସଦରେ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଏଥର ବଜେଟରେ ମହିଳାଙ୍କୁ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ନାରୀ ନୁହେଁ ତୁ ନାରାୟଣୀ ଆମ ମନ୍ତ୍ର, ମହିଳାଙ୍କ ପ୍ରଗତିରେ ଦେଶର ପ୍ରଗତି ବୋଲି ଆମ ସରକାର ବିଶ୍ୱାସ କରେ। ବଜେଟରେ ଏସ୍ଏଚଜି ମହିଳାଙ୍କୁ ମୁଦ୍ରା ଯୋଜନାରେ ୧ ଲକ୍ଷ ଟଙ୍କା ଯାଏ ଋଣ ବ୍ୟବସ୍ଥା କରାଯାଇଥିବାବେଳେ ପ୍ରତି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କର ଜନଧନ ଆକାଉଣ୍ଟ ଥିଲେ ୫ ହଜାର ଟଙ୍କା ଯାଏ ଓଭରଡ୍ରଫ୍ଟର ସୁଯୋଗ ମଧ୍ୟ ରହିଛି। ସେହିପରି ୨୦୨୨ ସୁଦ୍ଧା ଉଜ୍ଜଳା ଯୋଜନାରେ ୭କୋଟି ମହିଳାଙ୍କୁ ଗ୍ୟାସ୍ କନେକ୍ସନ ଯୋଗାଇଦିଆଯିବ।
Related Posts
About The Author