‘ଫୋନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ; ପୁରୀରେ ୧୭୫ କିମି ବେଗରେ ବହୁଛି ପବନ

Spread the love

ଭୁବନେଶ୍ୱର,୩/୫ (ସନ୍ଧାନ ନିୟୁଜ) ସାମୁଦ୍ରିକ ଝଡ଼ ‘ଫୋନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଯେକୌଣସି ସମୟରେ ପୁରୀ ଆଖପାଖ ଅଞ୍ଚଳରେ ହିଁ ଏହା ଲ୍ୟାଣ୍ଡଫଲ୍ କରିପାରେ। ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପୁରୀରେ ଏବେ ଘଣ୍ଟାପ୍ରତି ୧୭୫ କିମି ବେଗରେ ପବନ ବହୁଛି। ଆଗକୁ ପବନର ବେଗ ବଢ଼ିବାର ସମ୍ଭାବନା ରହିଛି। କାରଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୪ ଘଣ୍ଟା ଧରି ଚାଲିପାରେ। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ପୂର୍ବରୁ ଆକଳନ କରିଥିଲା ଯେ ଘଣ୍ଟାପ୍ରତି ଏଠାରେ ପବନର ବେଗ ୧୭୦ ରୁ ୧୮୦ କିମି ରହିଛି।ପୁରୀରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ବଡ଼ ବଡ଼ ଜୁଆର ଆସୁଛି। ବର୍ଷା ହେଉଛି। ସହରର କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।
ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବି ବର୍ଷା ସାଙ୍ଗକୁ ପବନ ବହୁଛି। ଚିଲିକାରେ ପବନର ବେଗ ଘଣ୍ଟାପ୍ରତି ୯୦ କିମି ରହିଛି।

https://www.youtube.com/watch?v=1VNf9fZ0lz0

ଭୁବନେଶ୍ୱରରେ ଘଣ୍ଟାପ୍ରତି ୫୦ କିମି ବେଗରେ ପବନ ବହୁଥିବା ସୂଚନା ମିଳିଛି। ଏଥିଯୋଗୁ କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ଖବର ମିଳିଛି।

 

ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ, ‘ଫୋନି’ ପ୍ରଭାବରେ କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ କୌଣସି ସ୍ଥାନରୁ ଧନଜୀବନ ହାନୀ ସୂଚନା ଆସିନାହିଁ।

Related Posts

About The Author

Add Comment