ଫେସବୁକ୍ ଲାଇଭ୍ କରି ଯୁବକଙ୍କ ଆତ୍ମହତ୍ୟା

Spread the love

ବାଲେଶ୍ଵର ୧୪.୦୭.୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବାଲେଶ୍ଵର ଜିଲ୍ଲା ଖାଇରା ଥାନା ସାରୁ ସରୁଗାଁ ପଞ୍ଚାୟତ ଅଧୀନ ମିଟୁଆଣି ପାମ୍ପୁଡିଆ ସାହିର ଜଣେ ଯୁବକ ଶନିବାର ନିଜ ଘରେ ଫେସବୁକ୍ ଲାଇଭ କରି ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ହେଉଛନ୍ତି । ସାହିର ହରେକୃଷ୍ଣ ଲେଙ୍କାଙ୍କ ପୁଅ ପିତାମ୍ବର (୩୩)। ଏହି ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ , ନିଜ ଘରେ କବାଟ ଦେଇ ଏକ ଲୁଙ୍ଗି ବେକରେ ବାନ୍ଧି ହୋଇ ପିତାମ୍ବର ଝୁଲି ପଡ଼ିଥିଲେ । ଏହାକୁ ସେ ଫେସବୁକ୍ ଲାଇଭ କରିଥିଲେ । ଲାଇଭ ଭିଡିଓକୁ ଦେଖି ଗ୍ରାମବାସୀ ତାଙ୍କୁ କବାଟ ଭାଙ୍ଗି ଉଦ୍ଧାର କରିଥିଲେ । ମାତ୍ର ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ତାଙ୍କ ଶଶୁର ଘର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି ପିତାମ୍ବରଙ୍କ ବିବାହିତା ଭଉଣୀ ଜୟନ୍ତୀ ରାଉତ ଅଭିଯୋଗ କରି ଖଇରା ଥାନାରେ ଏତଲା ଦେଇଥିଲେ । ଭଉଣୀଙ୍କ ଅଭିଯୋଗ ଅନୁଯାୟୀ ଔପଦା ଥାନା ଡିମିରିତୁଆ ଗ୍ରାମର ବୁଦ୍ଧିରାମ ନାୟକଙ୍କ ଝିଅ ବନିତାଙ୍କୁ ପିତାମ୍ବର ବିବାହ କରିଥିଲେ । ମାତ୍ର ବନିତା ୨ବର୍ଷ ପୂର୍ବେ କୈାଣସି କାରଣରୁ ଘରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ । ବନିତାଙ୍କ ମୃତ୍ୟୁ ପରେ ଝିଅ ବୈଷ୍ଣବୀ ଲେଙ୍କା (୮)ଓ ପୁଅ (୫) ମାମୁ ଘରେ ଡିମ୍ବିରିଡୁଆ ଗ୍ରାମରେ ରହୁଛନ୍ତି । ଦୁଇ ପିଲାଙ୍କୁ ପିତାମ୍ବର ଶଶୁର ଘରେ ଛାଡ଼ି ପ୍ରବାସରେ ରହୁଥିଲେ । ସେଠାରେ ଯାହା ରୋଜଗାର କରୁଥିଲେ, ଶଶୁର ଘରକୁ ପଠାଉଥିଲେ । ଏହା ବଦଳରେ ତାଙ୍କ ଶଳୀଙ୍କୁ ତାଙ୍କ ସହ ବାହାଘର କରିବା ପାଇଁ ଶଶୁର ଘର ଲୋକେ ପ୍ରତିଶ୍ରୁତି ଦେଇଥିଲେ । ପିତାମ୍ବର ବାହାଘର କଥା କହିବାରୁ ଶଶୁରଘର ଲୋକେ ତାଙ୍କୁ ମାଡ଼ ମାରିଥିଲା । ଫଳରେ ମାନସିକ ଭାରସାମ୍ୟ ହରାଇ ପିତାମ୍ବର ଆତ୍ମହତ୍ୟା କଲେ ଭଉଣୀ ଜୟନ୍ତୀ ରାଉତ ପ୍ରକାଶ କରିଛନ୍ତି । ଅଭିଯୋଗ ପରେ ଖାଇରା ଥାନାରେ ଏସଆଇ ଅଶ୍ବିନୀ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।

Related Posts

About The Author

Add Comment