ଫେସବୁକରେ ବଢୁଛି ଫେକ ନ୍ୟୁଜର ସଂଖ୍ୟା, ଆଇଟି ଆକ୍ଟକୁ ଫୁ!

Spread the love

ରାଉରକେଲା, ୦୯/୦୮/୨୦ (ସନ୍ଧାନ ନିଉଜ/ସୁବୋଧ ନାୟକ): ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ପ୍ରତିଦିନ ଘଟୁଛି ଅନେକ ଘଟଣା, ଦୁର୍ଘଟଣା । ବୈଠକ, ଆଲୋଚନା, ସାକ୍ଷାତ ଆଦିର ଛୋଟବଡ ଖବର ବିଭିନ୍ନ ଦୈନିକ, ସାପ୍ତାହିକ, ପାକ୍ଷିକ ଖବରକାଗଜରେ ପ୍ରକାଶିତ ହେଉଛି । ସେହିପରି ଟିଭିରେ ପ୍ରସାରିତ ହେଉଥିବା ସରକାରୀ ଓ ବେସରକାରୀ ନ୍ୟୁଜ ଚ୍ୟାନେଲ ସମେତ ନ୍ୟୁଜ ୱେବ ପୋର୍ଟାଲ ମଧ୍ୟ ସ୍ଥାନୀୟ ହେଉଛି ଅଂଚଳର ଖବର । ଅପରପକ୍ଷରେ ଏହି ସବୁ ଖବର ପ୍ରସାରଣ ହେବାର ବହୁ ପୂର୍ବରୁ ସୋସିଆଲ ମିଡ଼ିଆର ଫେସବୁକ ମାଧ୍ୟମରେ ଅତିରଂଜିତ ଖବର, ମିଛ ଖବର ପ୍ରସାରଣର ସଂଖ୍ୟା ରାଉରକେଲାରେ ବଢିବାରେ ଲାଗିଥିବା ଅଭିଯୋଗ ଉଠିଛି । ଜଣେ ନିଜର ଫେସବୁକ ମାଧ୍ୟମରେ କିଛି ବି ଖବର ଓ ଫଟୋ ଅପଲୋଡ କରିବା ସହ ଏହା ସମ୍ବନ୍ଧରେ କିଛି ଉଲେଖ କରି ସେୟାର କରି ଦେଉଛନ୍ତି, ଯାହାକି ଆଇଟି(ସୂଚନା ଓ ପ୍ରଯୁକ୍ତିକରଣ ନିୟମ) ଆକ୍ଟ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଦ ଅଟେ । ଅପରପକ୍ଷରେ ଫେସବୁକ ଏକାଉଂଟଧାରୀ ମାନେ ଖବର ଗୁଡ଼ିକର ସତ୍ୟତା ଅନୁଧ୍ୟାନ ନକରି ତାକୁ ସେୟାର କରି ଦେଉଛନ୍ତି, ଯାହା ଫଳରେ ମିଛ ଖବରଟି ଫେସବୁକ ମାଧ୍ୟମରେ ଘୁରି ବୁଲୁଛି । ଏପରି ନ୍ୟୁଜ ସମୟ ସମୟରେ ଘାତକ ମଧ୍ୟ ସାବ୍ୟସ୍ତ ହେଉଛି । ଫେସବୁକ ମାନିଆରେ ଅଭ୍ୟସ୍ତ ହୋଇ ପଡ଼ିଥିବା କିଛି ବ୍ୟକ୍ତିଙ୍କ ଫେକ ନ୍ୟୁଜ ପ୍ରସାରଣ ନିଶା  ଜନସାଧାରଣଙ୍କୁ ଅଡ଼ୁଆରେ ପକାଉଥିବା ବୁଦ୍ଧିଜିବୀ ମହଲରୁ ଅଭିଯୋଗ ହୋଇଛି । ଏଥିପ୍ରତି ରାଉରକେଲା ପୁଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Related Posts

About The Author

Add Comment