ଫୁଲବାଣୀ, ୩୧/୧/୨୦ (ସନ୍ଧାନ ନିଉଜ) : ଓଡିଶାରେ କରୋନା ଭାଇରସ ସନ୍ଦେହ । ଫୁଲବାଣୀରେ ଜଣେ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ଛାତ୍ର ଜଣକ ନିକଟରେ ଚୀନରୁ ଫେରିଥିଲେ । ଗତ ୧୦ ଦିନ ପୂର୍ବେ ସେ ଫୁଲବାଣୀକୁ ଫେରିଥିଲେ । ଚିକିତ୍ସା ପାଇଁ ତାଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ଫୁଲବାଣୀ ସିଡିଏମଓଙ୍କୁ ଚିଠି ଲେକି ଜଣାଇଥିଲେ ଛାତ୍ର ।ଚୀନରେ ଡାକ୍ତରୀ ପାଠ ପଢୁଛନ୍ତି ଏହି ଛାତ୍ର ଜଣକ । ଚୀନରେ ବଢୁଥିବା କରୋନା ଭୂତାଣୁ ଏବେ ମହାମାରୀ ଭଳି ବ୍ୟାପି ଚାଲିଛି । ଚୀନର ଉହାନ ପ୍ରୋଭିନ୍ସରେ ଥିବା ୬୦୦ ଭାରତୀୟଙ୍କୁ କିପରି ଫେରାଇ ଅଣାଯିବ ସେନେଇ ଭାରତ ସରକାରଙ୍କ ବଢିଛି ଚିନ୍ତା । ସୂଚନା ଅନୁସାରେ ଚୀନରୁ ଭାରତୀୟଙ୍କୁ ଫେରାଇ ଆଣିବାର ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ । ଏନେଇ ଦୁଇଟି ବିମାନ ବ୍ୟବସ୍ଥା କରାଯାଇଛି ।
ଫୁଲବାଣୀରେ ଜଣେ ଛାତ୍ର ‘କରୋନା’ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ
|
January 31, 2020 |



