ଫିଜିରେ ତାଣ୍ଡବ ରଚିଲା ବାତ୍ୟା ‘ସରାଇ’ ; ସାନି ବନ୍ୟାର ଭୟ

Spread the love

ଫିଜି, ୨୮/୧୨ (ସନ୍ଧାନ ନିଉଜ) : ଫିଜିରେ ସୃଷ୍ଟି ହୋଇଥିବା ବାତ୍ୟା ‘ସରାଇ’ ଯୋଗୁଁ ବନ୍ୟାଜଳରେ ଭାସିଯାଇଥିବା ୨ ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ଆଶ୍ରୟସ୍ଥଳୀରେ ରଖାଯାଇଛି । ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବା ସହ ‘ସରାଇ’ ବାତ୍ୟା ଯୋଗୁଁ ବାସଗୃହ ଏବଂ ବ୍ୟାପକ ଫସଲ ନଷ୍ଟ ହୋଇଛି । ଇତିମଧ୍ୟରେ ଫିଜି ସରକାର ସତର୍କତାମୂଳକ ସୂଚନା ଜାରି କରି କହିଛନ୍ତି, ଉପକୂଳବର୍ତ୍ତୀ ଅଞ୍ଚଳରେ ସାନି ବନ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ସେଠାରେ ବାତ୍ୟା ପ୍ରଭାବରେ  ବଡ଼ ବଡ଼ ଗଛଗୁଡ଼ିକ ଉପୁଡ଼ି ପଡ଼ିଥିବାବେଳେ ବିଦ୍ୟୁତ ସରବରାହ ବ୍ୟାହତ ଯୋଗୁଁ  ଅର୍ଦ୍ଧାଧିକ ଅଞ୍ଚଳ ଏବେ ମଧ୍ୟ ଅନ୍ଧାରରେ ରହିଛି । ଫିଜିର ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିବା ଯୋଗୁଁ ସେଠାକୁ ଛୁଟି କଟାଇବାକୁ ଯାଇଥିବା ପର୍ଯ୍ୟଟକମାନେ ସେମାନଙ୍କର ଯାତ୍ରା ବାତିଲ୍‍ କରିଛନ୍ତି, ଅନ୍ୟ କେତେକ ପର୍ଯ୍ୟଟକ ବାତ୍ୟା ପ୍ରଭାବ କମିବା ପରେ ଆସିବାପାଇଁ ସ୍ଥିର କରିଛନ୍ତି।
ଜାତୀୟ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟାଳୟ କହିଛି, ରବିବାର ସକାଳ ସୁଦ୍ଧା ୧୯୭୦ ଜଣଙ୍କୁ ଜରୁରୀକାଳୀନ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବାବେଳେ କେହି ଆହତ ହୋଇ ନାହାନ୍ତି । ତେବେ ଏଥିରେ ଜଣେ ବ୍ୟକ୍ତି ନିଖୋଜ ଥିବା ସୂଚନା ମିଳିଛି ।

Related Posts

About The Author

Add Comment