ଫାଣ୍ଡି ଅଧିକାରୀଙ୍କୁ ତୀର ମାଡ଼, ଆଇଜିଏଚରେ ଭର୍ତି

Spread the love

ରାଉରକେଲା, ୦୬/୦୧/୨୧ (ସନ୍ଧାନ ନିଉଜ) : ସୁନ୍ଦରଗଡ଼ ଜିଲା ଅନ୍ତର୍ଗତ ଟେନସା ଫାଣ୍ଡି ଅଧିକାରୀ ଅଶୋକ ବେହେରା ଚୋରା ମଦ ଧରପଗଡ଼ କରିବାକୁ ଯାଇଥିବା ସମୟରେ ତାଙ୍କ ଉପରକୁ କେହି ଅଜଣା ଦୁର୍ବୃତ ତୀରମାଡ଼ କରିଥିଲେ । ଗୁରୁତର ଭାବେ ଆହତ ହୋଇଥିବା ଫାଣ୍ଡି ଅଧିକାରୀ ଜଣଙ୍କୁ ଚିକିତ୍ସା ପାଇଁ ରାଉରକେଲା ଜେନେରାଲ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ, ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିିର ରହିଛି । ଏଭଳି ଘଟଣା ଟେନସା ଫାଣ୍ଡି ଅଧିନରେ ପ୍ରଥମ ବୋଲି କୁହାଯାଉଛି । ସେଠାରେ ମଦ କାରବାର ଚରମସୀମାରେ ପହଂଚିବା ଅଭିଯୋଗ ମିଳିବା ପରେ ଟେନସା ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ସେଠାରେ ଚଢଉ କରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା । ଘଟଣାର ଖବର ପାଇ ହସ୍ପିଟାଲରେ ବହୁ ବରିଷ୍ଠ ପୁଲିସ ଅଧିକାରୀ ଓ ରାଉରକେଲା ଏସପି ମୁକେଶ କୁମାର ଭାମୋ  ପହଂଚି ଗୁରୁତର ଆହତ ପୁଲିସ ଅଧିକାରୀ ବେହେରାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଏଭଳି କାଣ୍ଡ ଭିଆଇଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ପୁଲିସ ତନାଘନା ଉଦ୍ୟମ ଜାରି ରଖିଛି ।

Related Posts

About The Author

Add Comment