ଫର୍ଟିଲାଇଜ଼ରରେ ପ୍ରେମୀଙ୍କୁ ନିସ୍ତୁକ ମାଡ ମାରିଲେ  ପ୍ରେମିକାଙ୍କ ମା !

Spread the love

ରାଉରକେଲା/ଲାଠିକଟା ୨୩/୧୨ (ସନ୍ଧାନ ନିୟୁଜ)

ଆଜି ମଧ୍ୟାନରେ ଫର୍ଟିଲାଇଜ଼ର ଗଞ୍ଜୁ  ମାର୍କେଟ ରାସ୍ତାରେ ବିହାର ଅଂଚଳର ଜଣେ ଯୁବକଙ୍କୁ  ଜଣେ ମହିଳା

ନିସ୍ତୁକ ମାଡ ମାରିବା ଦେଖିବାକୁ ମିଳିଥିଲା |

ଏହି ଘଟଣାର ଖବର ପାଇ ଟାଙ୍ଗରପାଲି ପୁଲିସ କର୍ମୀ ଘଟଣାସ୍ଥଳ ପହଂଚି ସେହି ଯୁବକାଙ୍କୁ ଉଦ୍ଧାର କରି ଥିଲେ |

 ମିଳିଥିବା ସୂଚନା ଅନୁଯାୟୀ,  ପ୍ରାୟ 8 ମାସ ତଳେ ବିହାର ଅଂଚଳର ଜଣେ ଯୁବକଙ୍କ

ସହ ଫର୍ଟିଲାଇଜ଼ର ନାରାୟଣୀ ମାର୍କେଟ ଠାରେ ରହୁଥିବା ଜଣେ ଝିଅ ସହ ପ୍ରେମ  ସମ୍ପର୍କ  ଗଢ଼ୀ ଉଠିଥିଲା |ସେତେବେଳେ ଯୁବକ ପ୍ରେମିକାଙ୍କୁ ଅପହରଣ କରି ନେଇ ଯାଇଥିବା ବେଳେ ଆଜି ରାଉରକେଲା

ଆସିଥିବା ବେଳେ ଝିଅର  ମାଆଙ୍କ ହାବୁଡ଼ ରେ ପଡିଥିଲେ |

କଥିତ ପ୍ରେମୀ  ଯୁବକଙ୍କୁ  ମହିଳା ମାଡ଼  ମାରିବା ବେଳେ  ଗଞ୍ଜୁ ମାର୍କେଟ ରାସ୍ତା

କିଛି ସମୟ ପାଇଁ ଲୋକାରଣ୍ୟ ହୋଇ ଉଠିଥିଲା  |

କେହି ଜଣେ ଟାଙ୍ଗରପାଲି ପୁଲିସକୁ  ଖବର ଦେବା ପରେ ପିସିଆର ଗାଡି ମାଡ ଖାଉଥିବା

ଯୁବକଂକୁ ଉଦ୍ଧାର କରି ଥାନା କୁ ନେଇ ଥିଲା  ପୁଲିସ ଘଟଣାର ତଦନ୍ତ କରୁଛି |/

Report- Subodh Nayak

Related Posts

About The Author

Add Comment