ଯାଜପୁର, ୧୪/୦୮/୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ସାଇବର ଠକେଇ କରୁଥିବା ଚୋରା ସିମ କାରବାର କରୁଥିବା ମାଷ୍ଟର ମାଇଣ୍ଡ ସାଜିଥିବା ପ୍ରୀତମ କରକୁ ସାଇବର ଠକେଇ କରୁଥିବା ଦିଲ୍ଲୀ ପୋଲିସ ରିମାଣ୍ଡରେ ନେଇ ଜେରା କରୁଚି । ଘଟଣାରୁ ପ୍ରକାଶ ଯେ, ସାଇବର ଠକେଇ ହେଉଥିବା ୫୦ ହଜାରରୁ ଉର୍ଦ୍ଧ ନକଲି ସିମ କାରବାରରେ ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ଭୁରୁଙ୍ଗା ଗ୍ରାମର ପ୍ରୀତମ କରଙ୍କୁ ଭୁରୁଙ୍ଗା ବାସଭବନ ପରିଶରରୁ ବରୀ ପୋଲିସ ସହାୟତାରେ ବରୀ ଥାନାରେ ପ୍ରୀତମକୁ ଜେରା କରାଯାଇଥିଲା । ଯାଜପୁର ବିଚାର ବିଭାଗୀୟ ମାଜଷ୍ଟେଟ୍ଙ୍କ ନିକଟରେ ହାଜର କରାଯିବା ସହିତ କୋର୍ଟରେ ଦିଲ୍ଲୀ ପୋଲିସ ଆବେଦନ କରିଥିଲା । ଆବେଦନକୁ ଗ୍ରହଣ କରି ନ୍ୟାୟଳୟ ଅନୁମତୀ ଦେବା ସହିତ ଚୋରା ସିମ କାରବାରରେ ସମ୍ପୃକ୍ତ ଥିବା ପ୍ରୀତମ କରଙ୍କୁ ଦିଲ୍ଲୀ ପୋଲିସ ଦିଲ୍ଲୀକୁ ନେଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ବରୀ ବ୍ଲକ୍ ବରୀ ଥାନା ଭୁରୁଙ୍ଗା ଗ୍ରାମର ଧୁଶାସନ କରଙ୍କ ପୁଅ ପ୍ରୀତମ କର ବିଭିନ୍ନ ଉପାୟରେ ଲକ୍ଷ ଲକ୍ଷ ଟଙ୍କା ଲୋକଙ୍କୁ ଠକୁଥିବା ବେଳେ, ଦିଲ୍ଲୀ ହରିଆନା, ଉତ୍ତରପ୍ରଦେଶ, କାଲକାଟା ଏହିପରି ବିଭିନ୍ନ ରାଜ୍ୟରେ ୫୦ ହଜାରରୁ ଉର୍ଦ୍ଧ ନକଲି ସିମ କାରବାର କରୁଥିବା ପ୍ରୀତମ କର ଏହି ସିମ ଗୁଡ଼ିକୁ ଚୋରରେ କିଣି ଆଣି ଏହାକୁ ବିଭିନ୍ନ ସାଇବର ଠକେଇରେ ବ୍ୟବହାର କରୁଥିଲା । ଏହି ସିମ ମାଧ୍ୟମରେ ଲୋକମାନଙ୍କ ଏକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ବେଳେ, ପ୍ରୀତମ କରର ସାଇବର ଠକେଇର ମାଷ୍ଟର ମାଇଣ୍ଡ ଲକ୍ଷ ଲକ୍ଷ ଟଙ୍କାର ରୋଜଗାର କରୁଥିବା ଯାଜପୁର ପୋଲିସ ଆଖିରେ ଧୁଳି ଦେଇ ତାର ସାମ୍ରାଜ୍ୟ ଚଳାଇଥିଲା । ଦିଲ୍ଲୀ ପୋଲିସ ପାଖରେ ଜୁଲାଇ ମାସ ୩୦ ତାରିଖରେ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତ୍ତିକରି ଦିଲ୍ଲୀ ସାଲିମାରବାଗ ଥାନାରେ ଏକ କେସ ମାମଲା ୬୪୧/୨୧ ଏବଂ ଭାରତୀୟ ଦଣ୍ଡଧାରା ୪୨୦/୪୬, ୮୬୭୧ ୩୪ ଆକ୍ଟରେ ରୁଜୁକରି ଦିଲ୍ଲୀପୋଲିସ ତଦନ୍ତ କରୁଥିଲା । ତଦନ୍ତ କରୁଥିବା ବେଳେ, ମୋବାଇଲ ଫୋନକୁ ଟ୍ରାକିଂ କରି ସାଇବର ଠକ ମାଷ୍ଟର ମାଇଣ୍ଡ ପ୍ରୀତମକୁ ଦିଲ୍ଲୀ ପୋଲିସ ବରୀ ଥାନା ସହାୟତାରେ ପ୍ରୀତମକୁ ତାଙ୍କ ନିଜଘର ଭୁରୁଙ୍ଗାରୁ ଗିରଫ କରିଥିଲା । ଏହି ଚୋରା ସିମ ସହାୟତାରେ ଚାରି ଲକ୍ଷ ଟଙ୍କା ପ୍ରୀତମ କର ରୋଜଗାର କରିଥିବା ଦିଲ୍ଲୀ ପୋଲିସ ଜାଣିବାକୁ ପାଇଥିଲା । ଦିଲ୍ଲୀ ପୋଲିସ ଯାଜପୁର ନ୍ୟାୟଳୟ ଅଦାଲତରେ ହାଜର କରାଇବା ପରେ ରିମାଣ୍ଡରେ ପ୍ରୀତମ କରକୁ କୋର୍ଟକୁ ଆବେଦନ କରି ଦିଲ୍ଲୀ ନେଇଯାଇଥିବା ଜଣାଯାଇଚି । ଏହି ଘଟଣାରେ ଆଉ କେତେଜଣ ପ୍ରୀତମ ସହିତ ସମ୍ପୃକ୍ତ ଅଛନ୍ତି ନା ପ୍ରୀତମ ଏକା ଅଛି ଦିଲ୍ଲୀ ପୋଲିସ ଏବଂ ବରୀ ଆଇଆଇସି ଅଜୟ କୁମାର ଜେନା ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଏହି ସାଇବର ଠକେଇ ଚେର କେତେଦୁର ଲମ୍ବିଚି ତାହା ଜଣାପଡ଼ିବ ।
ପ୍ରୀତମକୁ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ
|
August 14, 2021 |



