ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

Spread the love

ରାଉରକେଲା ୩/୧/୨୦୧୧(ସନ୍ଧାନ ନିଉଜ) : ରାଉରକେଲା ସ୍ଥିତ ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରାଧ୍ୟାପିକା ସୁଶ୍ରୀ ଜ୍ୟୋସ୍ନା ଷଡଙ୍ଗୀ ଅବସର ଗ୍ରହଣ କରିଥିବା ବେଳେ, ତାଙ୍କ ସ୍ଥାନରେ ଶିକ୍ଷା ବିଭାଗ ମୁଖ୍ୟ ବରିଷ୍ଠ ପ୍ରାଧ୍ୟାପିକା ଶୁଭ୍ରା ନାୟକ ମହାବିଦ୍ୟାଳୟ ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ନୂତନ ଅଧ୍ୟକ୍ଷାଙ୍କ ପୌରହିତ୍ୟରେ ଆୟୋଜିତ  ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ସଭାରେ ପୁରାତନ ଅଧ୍ୟକ୍ଷା ପ୍ରାଧ୍ୟାପିକା ସୁଶ୍ରୀ ଜ୍ୟୋସ୍ନା ଷଡଙ୍ଗୀଙ୍କ ସଳ୍ପକାଳୀନ ଶୈକ୍ଷିକ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକାର ଭୂୟସୀ ପ୍ରଶଂସା କରାଯାଇଥିଲା । ପୁରାତନ ଅଧ୍ୟକ୍ଷାସୁଶ୍ରୀ ଷଡଙ୍ଗୀଙ୍କ କାର୍ଯ୍ୟକାଳ ମଧ୍ୟରେ ସେ କଲେଜର ବିଭିନ୍ନ ଶିକ୍ଷା ଓ ଗଠନମୂଳକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ପାରଦର୍ଶିତା ଲାଭ କରିଥିଲେ । ସେ  ଛଅ ମାସର ସଳ୍ପକାଳୀନ କାର୍ଯ୍ୟକାଳ ସମୟରେ ମହାବିଦ୍ୟାଳୟର ବହୁବିଧ ସମସ୍ୟାର ସମାଧାନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।  ସେ ବ୍ୟକ୍ତିଗତ ଭାବେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଓ ଶିକ୍ଷା କର୍ମଚାରୀ ମାନଙ୍କର ଏକାନ୍ତ ପ୍ରିୟ ଥିଲେ । ବିଦାୟୀ ଅଧ୍ୟକ୍ଷାଙ୍କ ସମ୍ପର୍କରେ ଡ଼କ୍ଟର ମଂଜୁଶର୍ମା ମହାପାତ୍ର ଓ ଅଧିକାଂଶ ଅଧ୍ୟାପିକା ଆବେଗିକ ଓ ଭାବଗର୍ଭକ ଅଭିମତ ଉପସ୍ଥାପନ କରିବା ସହ ତାଙ୍କର କାର୍ଯ୍ୟଦକ୍ଷତାର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରକାଳୀନ ସଭାର ପ୍ରାରମ୍ଭରେ ବିଦାୟୀ ଅଧ୍ୟକ୍ଷା ଜ୍ୟୋସ୍ନା ଷଡଙ୍ଗୀଙ୍କୁ ଅଧ୍ୟାପିକା ଓ ଶିକ୍ଷା କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ଅବସରକାଳୀନ ବିଦାୟୀ ପ୍ରଦାନ କରିବା ସହ ନୂତନ ଅଧ୍ୟକ୍ଷା ଶୁଭ୍ରା ନାୟକଙ୍କୁ ସ୍ୱାଗତ କରିଥିଲୋ ଏହି ଅବସରରେ ଡକ୍ଟର ସରିତା ଦାସ, ଡକ୍ଟର ନିଳୀମା ଚାଟାର୍ଜୀ, ଅରୁନ୍ଧତୀ ଦାସ, ଅପରାଜିତା ମିଶ୍ର, ଲଲିତ ମୋହନ କର, କୈଳାସ ଚନ୍ଦ୍ର ଦେଓ ଓ ମହାବିଦ୍ୟାଳୟର ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ମହବିଦ୍ୟାଳୟର ନଭମଂଚ ପତ୍ରିକା ‘ଆଶାବରୀ’ ଉନ୍ମୋଚିତ କରାଯାଇଥିଲା ।

Related Posts

About The Author

Add Comment