ପ୍ରାବନ୍ଧିକ ନରେନ୍ଦ୍ର ନାଥ ମିଶ୍ର
ନରେନ୍ଦ୍ର ନାଥ ମିଶ୍ର, ଜଣେ ଓଡ଼ିଆ ପ୍ରାବନ୍ଧିକ ଓ ସାହିତ୍ୟ ସମାଲୋଚକ ଥିଲେ ।
ନରେନ୍ଦ୍ର ନାଥ ୧୯୨୯ ମସିହାରେ ବାଲେଶ୍ଵର ଜିଲ୍ଲାର ଗିଲିଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକ ଓ ସ୍ନାତକୋତ୍ତର ଲାଭ କରିଥିଲେ । ସେ ଶାନ୍ତିନିକେତନ ଓ ବିଶ୍ଵ ଭାରତୀ ବିଶ୍ଵବିଦ୍ୟାଳୟରେ ଗବେଷଣା କରିବା ପରେ ଜଣେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୬୦ ମସିହାରେ ବିଶ୍ଵ ଭାରତୀ ବିଶ୍ଵବିଦ୍ୟାଳୟରେ ଜଣେ ସ୍ଥାୟୀ ଅଧ୍ୟାପକ ଭାବରେ ଯୋଗଦେଇ ୧୯୯୪ ମସିହାରେ ଅବସର ଗ୍ରହଣ କରିଥିଲେ । ଅଧ୍ୟାପନା ଭିନ୍ନ, ସେ ଭାରତୀୟ ଜ୍ଞାନପୀଠ ଓଡ଼ିଆ ସମିତିର ଆବାହକ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଆ ଭାଷା ବିଶାରଦ ଭାବରେ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗରେ ମଧ୍ୟ କାର୍ଯ୍ୟ କରିଥିଲେ ।
ରଚନାବଳୀ
-
ବଳରାମ ଦାସ ଓ ଓଡ଼ିଆ ରାମାୟଣ
-
ଆଧୁନିକ ଓଡ଼ିଆ କାବ୍ୟଧାରା
-
ସମକାଳିନ ରଚନା ଓ ସାହିତ୍ୟ ଗବେଷଣା
-
ଆଧୁନିକତା ଓ ଆଧୁନିକ ସାହିତ୍ୟ
-
-
ଓଡ଼ିଆ ସାହିତ୍ୟ ଓ ଭାଷା-ଏକ ଅଧ୍ୟୟନ
-
କଳାପାଣି(ଭ୍ରମଣ କାହାଣୀ)
-
‘ଭାରତୀୟ ସାହିତ୍ୟ ନିର୍ମାତା’ଶୃଂଖଳାରେ ନୀଳକଣ୍ଠ ଦାସ ଓ କୁଞ୍ଜବିହାରୀ ଦାସଙ୍କ ଜୀବନୀ ଓ କୃତି
୨୦୧୬ ଜୁଲାଇ ୧୩ ତାରିଖରେ ବାଲେଶ୍ଵରଠାରେ ନରେନ୍ଦ୍ର ନାଥଙ୍କର ପରଲୋକ ଘଟିଥିଲା ।
Collection M Rout
Related Posts
About The Author