ପ୍ରଶାସନିକ ସ୍ତରରେ ଅଦଳବଦଳ

Spread the love
ଭୁବନେଶ୍ୱର,୦୪/୦୨(ସନ୍ଧାନ ନିଉଜ ) : ରାଜ୍ୟ ସରକାର ପ୍ରଶାସନିକ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଅଭୟ କୁମାର ନାୟକଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ମିଳିଛି। ସେହିପରି ଇଡ୍‌କୋର ଜେନେରାଲ ମ୍ୟାନେଜର ତଥା ଷ୍ଟିଲ୍‌ ମାଇନ୍ସ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ତୁଲାଉଥିବା ବରିଷ୍ଠ ଅଧିକାରୀ ଗଣେଶ୍ୱର ଜେନା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କେବଳ ଇଡ୍‌କୋର ଜେନେରାଲ ମ୍ୟାନେଜର ଦାୟିତ୍ୱରେ ରହିବେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ନିର୍ଦ୍ଦେଶକ ଓ ଓପେପା ଅତିରିକ୍ତ ନିର୍ଦ୍ଦେଶକ ରଘୁରାମ ଆୟାରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ମିଳିଛି। ଏହାସହ ସେ ଓପେପା ଅତିରିକ୍ତ ନିର୍ଦ୍ଦେଶକ ଦାୟିତ୍ୱରେ ତୁଲାଇବେ।

Related Posts

About The Author

Add Comment