ପ୍ରଶାସନର ଅବହେଳା,କନାକୁଣ୍ଡ ନଦୀରେ ପୁଣି ଦୁଇଜଣ ଯୁବକ ନିଖୋଜ

Spread the love

ସୁନ୍ଦରଗଡ ତା:୩୦/୭/୨୦୨୫(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିସଙ୍କରା ପଞ୍ଚାୟତ ର ଘୋଘର ପର୍ଯ୍ୟଟନ ସ୍ଥଳୀରେ କ୍ରମାଗତ ଭାବରେ ଲାଗିରହିଛି ମୃତ୍ୟୁର ନିୟମିତ ତାଣ୍ଡବ । ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକଙ୍କ ନିଖୋଜ ହେବା ଲାଗି ରହିଛି ।ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ର ବାମରା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ତିନିଜଣ ଯୁବକ ଅଶୋକ ପାସୱାନ(୧୮ବର୍ଷ), ଜୟ ନାରାୟଣ ପାତ୍ର(୨୦ ବର୍ଷ)ଓ ଆକାଶ ସାହୁ ରହିଥିବା ବେଳେ ଅଶୋକ ପାସୱାନ ଓ ଜୟ ନାରାୟଣ ପାତ୍ର ନଦୀର ଖର ସ୍ରୋତରେ ଭାସିଯାଇଥିବା ସୂଚନା ରହିଛି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ କିଛି ଫଳ ମିଳି ନ ଥିବା ସୂଚନା ରହିଛି । ବର୍ଷ ବର୍ଷ ଧରି ପ୍ରଶାସନର ଅବହେଳା ଯୋଗୁଁ ଅନେକ ଲୋକଙ୍କ ଜୀବନ ହାନି ହେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।ଅତିଶିଘ୍ର ପର୍ଯ୍ୟଟନ ସ୍ଥଳର ଉନ୍ନତିକରଣ ସହିତ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଦାବି ଜଣାଇଥିବା ଜଣା ପଡ଼ିଛି ।

Related Posts

About The Author

Add Comment