ପ୍ରଶାସନ ପକ୍ଷରୁ ସିଲ କରାଗଲା ପିରବାବା ମାର୍କେଟ କମ୍ପେ୍ଲକ୍ସ

Spread the love

ଯାଜପୁର ସଦର,: ୧୦/୧/୨୬  (ସନ୍ଧାନ ନ୍ୟୁଜ)  ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ରହିଥିବା ପିରବାବା ମାର୍କେଟ କମ୍ପେ୍ଲକ୍ସକୁ ଗତକାଲି ୱାରକପ ପକ୍ଷରୁ ସିଲ କରାଯାଇଚି । ମାର୍କେଟ କମ୍ପେ୍ଲକ୍ସ ଜମି ଓଡ଼ିଶାର ୱାଜକପ ବୋର୍ଡରେ ପଞ୍ଜିକୃତ ହୋଇଥିବା ବେଳେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ୱାଜକପ ପଣ୍ଠିରୁ ଏହି ମାର୍କେଟ କମ୍ପେ୍ଲକ ନିର୍ମାଣ କରାଯାଇଥିବା ବେଳେ, ଏଥେô ବ୍ୟବସାୟ କରୁଥିବା ଦୋକାନୀ ମାନେ ଦିର୍ଘ ବର୍ଷ ହେବ ଘରଭଡ଼ା ଦାଖଲ କରୁନାହାଁନ୍ତି । ସମସ୍ଥ ଦୋକାନୀ ମାନଙ୍କୁ ଘରଭଡ଼ା ଦେବା ପାଇଁ ନୋଟିସ ହୋଇଥିବା ବେଳେ, ବୋର୍ଡ଼ର ସଦସ୍ୟ ଦୋକାନୀ ମାନଙ୍କୁ ଭେଟି ଭଡ଼ା ପୈଠ କରିବାକୁ କହିଥିଲେ । ଆଜି ପର୍ଯ୍ୟନ୍ତ କୌଣସି ଦୋକାନୀ ଭଡ଼ା ନଦେବାରୁ ୱାରକପ ବୋର୍ଡ଼ର ସଦସ୍ୟ ମାଜଷ୍ଠ୍ରେଟ ସହିତ ପୋଲିସ ଫୋର୍ସ ସାଙ୍ଗରେ ଧରି ସିଲ କରିବାକୁ ଯାଇଥିଲେ । ଦିର୍ଘ ସମୟ ଧରି କାର୍ଯ୍ୟନିର୍ବାହୀ ଅଧିକାରୀ ଦୋକାନୀ ମାନଙ୍କ ସହିତ ବୁଜାବଣା ହେବା ପରେ ସିଲ କରାଯାଇଥିଲା । ପିରବାବା ମାର୍କେଟ କମ୍ପେ୍ଲକ୍ସରେ ୨୪ଟି ଦୋକାନ ରହିଥିବା ବେଳେ, ଏହି ଚଢ଼ାଉ ସମୟରେ ଅତିରିକ୍ତ ତହସିଲଦାର ଅଜୟ ପଣ୍ଡା ସାମିଲ ହୋଇଥିବା ବେଳେ, ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଦିର୍ଘ ବର୍ଷର ଭଡ଼ା ଦୋକାନୀ ମାନେ ଦେବାପରେ ସିଲରୁ ମୁକ୍ତ କରାଯିବ ବୋଲି ୱାକଅଫ ବୋର୍ଡ ମୁଖ୍ୟ କାର୍ଯ୍ୟାନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ ।

Related Posts

About The Author

Add Comment