ପ୍ରବଳ ବର୍ଷାରେ ବୀରମିତ୍ରପୁର-ରାଏବଗା ରାସ୍ତା ଜଳମଗ୍ନ, ଯାତାୟତ ବାଧାପ୍ରାପ୍ତ

Spread the love
ରାଉରକେଲା, ୨୧/୦୬/୨୦ (ସନ୍ଧାନ ନିଉଜ) : ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଦିନ ଧରି ପ୍ରବଳ ବର୍ଷା ଲାଗିରହିଛି । ଫଳରେ ବୀରମିତ୍ରପୁର-ରାଏବଗା ରୋଡ଼ ପାଣି ଜମି ରହିଛି । 15 କିଲୋମିଟର ବ୍ୟାପୀ ରାସ୍ତାରେ ବିଭିନ୍ନ ସ୍ଥାନରେ ବର୍ଷା ଜଳ ଜମି ରହିଥିବାରୁ ଲୋକମାନଙ୍କୁ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି ।  କେତେକ ସ୍ଥାନରେ ରାସ୍ତା ପାର୍ଶ୍ଵ ଦୋକାନରେ ମଧ୍ୟ ବର୍ଷା ପାଣି ପଶି ଯାଇଥିବାରୁ ଆସବାବପତ୍ର ନଷ୍ଟ ହୋଇଯାଇଛି । ପ୍ରତିବର୍ଷ ବର୍ଷାରେ ଏପରି ରାସ୍ତା ଉପରେ ପାଣି ଅଟକି ରହୁଛି ରାସ୍ତାକଡ଼ରେ ଥିବା ଡ୍ରେନରେ ଆବର୍ଜନା ପାଇଁ ବର୍ଷାପାଣି ନିଷ୍କାସିତ ହୋଇ ପାରୁନଥିବାରୁ ଏପରି ଅସୁବିଧା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Related Posts

About The Author

Add Comment