ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ରେ ପିଚୁ ଉପୁଡି ପଡ଼ିଲାଣି, ପ୍ରଶାସନ ଶୋଇଛି ନିଘୋଡ଼ ନିଦ ରେ ସୁନ୍ଦରଗଡ଼

Spread the love

ତା:୨୫/୬/୨୦୨୫ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ ) ସରକାର ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ସହରାଞ୍ଚଳ ରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପିଚୁ ରାସ୍ତା ତିଆରି କରିଛନ୍ତି l କିନ୍ତୁ କେତେକ ସ୍ଥାନରେ ରାସ୍ତା ରୁ ପିଚୁ ଉପୁଡି ପଡି ଖାଲ ହୋଇ ପାଣି ଜମି ଯାଇଥିବା ଦେଖିବାକୁ ମିଳିଛି l ବାଲିଶଙ୍କରା ବ୍ଲକ କୁରେଇ ଗ୍ରାମ ପଞ୍ଚାୟତ ଦେଇ ଯାଇଥିବା ରାସ୍ତା ଟି ରେ ଜାଗା ଜାଗା ରେ ପିଚୁ ଉପୁଡି ପଡି ଖାଲ ହୋଇ ପାଣି ଜମା ହୋଇଥିବା ଦେଖିବାକୁ ମିଳିଛି l ରାସ୍ତାରେ ପାଣି ଜମାହେବା ଦ୍ଵାରା କ୍ରମାଗତ ଭାବରେ ପିଚୁ ଉପୁଡ଼ିବା ସହିତ ଏହି ଖାଲରାସ୍ତାରେ ପଡ଼ି ବାଇକ ଚାଳକ ଦୁର୍ଘଟଣା ହେଉଥିବା ବାରମ୍ବାର ଅଭିଯୋଗ ଆସୁଛି ।ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଠିକ୍ ଭାବରେ ଠିକାଦାର ତିଆରି ନ କରି ବିଭାଗୀୟ ଅଧିକାରୀ ମଞ୍ଜୁରୀ ଦେବା ପ୍ରଶାସନ ପାଇଁ ଏକ ବଡ ପ୍ରଶ୍ନ ? ବିଭାଗୀୟ ଅଧିକାରୀ ସହ ଠିକାଦାର ର ମଧୁଚନ୍ଦ୍ରିକା ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ବଢ଼ାଇବାରେ ଲାଗିଛି । ଅଞ୍ଚଳରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବାରମ୍ବାର ହରିଲୁଟ ହେବା ଅଞ୍ଚଳର ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ତାର ସ୍ଥାୟୀ ସମାଧାନ ପାଇଁ ଦାବି ହେଉଥିବା ଜଣାପଡିଛି ।

Related Posts

About The Author

Add Comment